ଛୋଟ ପରଦାର ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ବେବୋ
(ଯୁଗାବ୍ଦ ନ୍ୟୁଜ )ବି ଟାଉନ ରେ ଖୁବ ଚର୍ଚ୍ଚା ରେ ନଜର ଆସୁଛନ୍ତି ବଲିଉଡ ର ବେବୋ । କରୀନା କପୁର ଖାନ୍ ଜୀ’ ଟିଭିରେ ପ୍ରସାରିତ ଲୋକପ୍ରିୟ ନୃତ୍ୟ ଭିତ୍ତିକ ରିୟାଲିଟି ଶୋ ‘ଡାନ୍ସ ଇଣ୍ଡିଆ ଡାନ୍ସ(ଡିଆଇଡି)’ର ୭ମ ସଂସ୍କରଣରେ ବିଚାରପତି ଭାର ବହନ କରିଛନ୍ତି। ଗୋଟିଏ ଏପେସୋଡ ପାଇଁ ୩ କୋଟି ଟଙ୍କା ନେଇ ଟେଲିଭିଜନ ଜଗତରେ ସର୍ବାଧିକ ଟଙ୍କା ନେଉଥିବା ସେଲିବ୍ରିଟି ହୋଇପାରିଛନ୍ତି। ଶୋ’କୁ ନେଇ ଚଳିତ ଦିନରେ ସେ ଖୁବ୍ ଚର୍ଚ୍ଚାରେ ଅଛନ୍ତି ।ପ୍ରଥମଥର ପାଇଁ କରିନା ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ ଜରିଆରେ ଟେଲିଭଜନ ଜଗତାରେ ପାଦ ଦେଇଛନ୍ତି।