ଛୋଟ ପିଲାଙ୍କ ହାତରେ କୁନି ରଥ
ନିମାପଡ଼ା,( ସନ୍ତୋଷ ଦାଶ) ଗତ କାଲି ଓ ଆଜି ଦୁଇ ଦିନ ଧରି ପୁରୀ ଶ୍ରୀ କ୍ଷେତ୍ରରେ ରଥଯାତ୍ରା ପାଳନ ହୋଇଥିଲା। ଏପଟେ ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ବ୍ଲକ ଅନ୍ତର୍ଗତ ନୟାହାଟର ନରସିଂହପୁର ହାଟ ଗ୍ରାମରେ କୁନି କୁନି ପିଲା ମାନେ ଛୋଟ ରଥରେ ଶ୍ରୀ ଜଗନ୍ନାଥଙ୍କୁ ବସାଇ ଗାଁ ପରିକ୍ରମା କରିବା ସହିତ ଲୋକ ମାନଙ୍କୁ ଓ ଗାଁ ରାସ୍ତା ଦେଇ ଶ୍ରୀକ୍ଷେତ୍ର,ଜଗତସିଂହପୁର ଓ ପାରାଦୀପ ଅଞ୍ଚଳକୁ ଯାଉଥିବା ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଚୁଡ଼ା ଘଷା, ଫଳ ମୂଳ ଭୋଗ ପ୍ରଦାନ କରିଥିଲେ। ଭକ୍ତ ଯାତ୍ରୀ, ଗ୍ରାମବାସୀ ମାନେ ବି ଛୋଟ ପିଲା ମାନଙ୍କୁ କିଛି କିଛି ଅର୍ଥ ପ୍ରଦାନ କରିଥିଲେ। କୁନି ପିଲାଙ୍କ କୁନି ରଥରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଗ୍ରାମବାସୀ ଓ ଶ୍ରଦ୍ଧାଳୁ ଯାତ୍ରୀ ମାନଙ୍କ ମଧ୍ୟରେ ଭକ୍ତି ଭାବ ସୃଷ୍ଟି ହୋଇଥିଲା।