ଛୋଟ ମାପକାଠି : ବଡ ସାହିତ୍ୟ

ଇନ୍ଦିରା ଦାସ
ଆଜିର ସାହିତ୍ୟ ସାମାଜିକ ଦାୟବଦ୍ଧତା କେତେଦୂର ବହନ କରେ ? ଏ ପ୍ରଶ୍ନ ଅନେକବାର ଆଲୋଡିତ କରିଥାଏ ମୋତେ । କିନ୍ତୁ ମୁଁ ତ ଲେଖିକା ନୁହେଁ, ସମାଜର ବ୍ୟଥାରେ ମୁଁ କେବଳ ସମବ୍ୟଥୀ ମାତ୍ର । ଲେଖିକାମାନେ ତ ସମାଜ ପାଇଁ ଲେଖୁଛନ୍ତି । ଲେଖକ-ଲେଖିକାମାନେ ସମାଜର ସଭାଜନ । ତାଙ୍କ ଲେଖାରୁ ସମାଜର ପ୍ରତିଚ୍ଛବି ଜଣାଯାଏ । ଯେଉଁ ଲେଖା ଦିନେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଲେଖିଥିଲେ ତାହା ଥିଲା ତାଙ୍କ ମନର କଥା । ପ୍ରାଣର କଥା । ଦୁଃଖୀ, ଦରିଦ୍ରଙ୍କ ଦୁଃଖକଷ୍ଟ ତାଙ୍କ ପ୍ରାଣକୁ ଆନ୍ଦୋଳିତ କରୁଥିଲା । ତାଙ୍କ କୃତି ଓ କର୍ମ ପରସ୍ପରର ପରିପୂରକ ଥିଲା । କେବଳ ପାଠକଙ୍କ ପାଇଁ ସେ ଲେଖୁନଥିଲେ, କୌଣସି ପୁରସ୍କାରର ଆଶା ବି ସେ କରିନଥିଲେ । କିନ୍ତୁ ସେ ଆଜି ଆମ ସମସ୍ତଙ୍କର ପ୍ରାତଃପ୍ରଣମ୍ୟ । ତାଙ୍କ ଲେଖା ପାଇଁ ଅନେକଙ୍କର ଜୀବନ ପରିବର୍ତ୍ତନ ହୋଇଯାଇଥିଲା । ସେହିପରି ମାର୍କ୍ସିମ୍‍ ଗର୍କୀଙ୍କର ଉପନ୍ୟାସ ‘ମା’ । ଦେଶର ପରିବର୍ତ୍ତନ ପାଇଁ, ଅନ୍ୟାୟ, ଅତ୍ୟାଚାର, ଶୋଷଣ କବଳରୁ ଦେଶକୁ ମୁକ୍ତ କରିବା ପାଇଁ ମାଆର ପସରା ଭିତରେ କାରଖାନାର ଶ୍ରମିକମାନଙ୍କ ପାଇଁ ସନ୍ଦେଶ ଦେଇଥିଲେ । ଧରାପଡିଲେ ମୃତ୍ୟୁ ଅବଶ୍ୟମ୍ଭାବୀ । ତଥାପି ସେ ମାଆ ଡରି ନଥିଲା । ଆଗାମୀ ପିଢି ପାଇଁ ସେ ଥିଲା ପ୍ରେରଣାର ପ୍ରଖର ଉତ୍ସ । ଗର୍କୀଙ୍କ ଉପନ୍ୟାସ ‘ମଦର’ ଯାହା ଓଡିଆରେ ‘ମା’, ଲିଓ ଟଲଷ୍ଟୟଙ୍କ ଉପନ୍ୟାସ ଜର-ଗ୍ଦଙ୍କକ୍ସକ୍ସରମଗ୍ଧସକ୍ଟଦ୍ଭ ଯାହା ଓଡିଆରେ ପ୍ରଖ୍ୟାତ୍‍ ଶିକ୍ଷାବିତ୍‍ ଡକ୍ଟର ଧନେଶ୍ୱର ମହାପାତ୍ରଙ୍କ ଦ୍ୱାରା ଅନୁଦିତ ପୁନର୍ଜୀବନ, ଟଦ୍ଭମକ୍ଷର ଞକ୍ଟଜ୍ଞ’ଗ୍ଦ ଙ୍କ ଲେଖା ‘ଟମ୍‍କକାଙ୍କ କୁଟୀର’, ରବୀନ୍ଦ୍ରନାଥଙ୍କ ନୋବେଲ ପୁରସ୍କାରପ୍ରାପ୍ତ କାବ୍ୟ ‘ଗୀତାଞ୍ଜଳି’, ଔପନ୍ୟାସିକ ସମ୍ରାଟ ଶରତ୍‍ଚନ୍ଦ୍ରଙ୍କ ‘ଚଲାପଥର ଦାବୀ’, ବଙ୍କିମ୍‍ ଚନ୍ଦ୍ରଙ୍କ ‘ଗୋଦାନ’, ଫକୀର ମୋହନ ସେନାପତିଙ୍କ ‘ଛ-ମାଣ ଆଠଗୁଣ୍ଠ’, କାହ୍ନୁଚରଣଙ୍କ ‘କା’, ଗୋପୀନାଥ ମହାନ୍ତିଙ୍କ ‘ମାଟିମଟାଳ’, ସଚ୍ଚୀ ରାଉତରାୟଙ୍କ ‘ମଶାଣିର ଫୁଲ’, ଗିରିଜା ବଳୀୟାର ସିଂହଙ୍କ ‘ଭାରତବର୍ଷ’- ଏହିଭଳି ବିଶ୍ୱ, ଦେଶ ଓ ରାଜ୍ୟର ବହୁ ଅନେକ ଦିଗ୍‍ଦ୍ରଷ୍ଟା ସେମାନଙ୍କ କଲମମୁନରେ ଯେଉଁ ଅନବଦ୍ୟ ସୃଷ୍ଟି ଓ କୃଷ୍ଟି ଛାଡିଯାଇଛନ୍ତି ଓ ଛାଡୁଛନ୍ତି – ଯାହା ମଣିଷକୁ, ସମାଜକୁ ପରିବର୍ତ୍ତନ କରିବାରେ ପ୍ରେରଣା ଯୋଗାଇ ଆସିଛି ଏବଂ ଆସୁଛି । ଆଣମାନେ ଜାଣନ୍ତି ଏଇ ଓଡିଶାର କନ୍ଧ, ଅନ୍ଧ ସନ୍ଥକବି ଭୀମ ଭୋଇଙ୍କ ଅମରମର୍ମଗାଥା –
“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖୁ ଦେଖୁ କେବା ସହୁ
ମୋ ଜୀବନ ପଛେ ନର୍କେ ପଡିଥାଉ
ଜଗତ ଉଦ୍ଧାର ହେଉ ।”
ଏହି ପଦକ କବିତା ପୃଥିବୀର କୌଣସି କବି ଲେଖିଛନ୍ତି କି ନାହିଁ ମୋର ଧାରଣା ନାହିଁ । ଏହାକୁ ଇଂରାଜୀରେ ଡକ୍ଟର ମାୟାଧର ମାନସିଂ ଅନୁବାଦ କରିଛନ୍ତି – ଯାହା କି ଜାତିସଂଘର ଗ୍ୟାଲେରୀରେ ଏହି ପଦକ ଶୋଭାବର୍ଦ୍ଧନ କରୁଛି । ଶରତଚନ୍ଦ୍ର ଲେଖିଥିଲେ – “ପାଦ ଥିଲେ ଚାଲି ହୁଏ, ହାତ ଥିଲେ ଲେଖି ହୁଏନା ।” କେତେ ବଡ କଥା ଇଏ !
ଆପଣମାନେ ନିଶ୍ଚୟ ସ୍ୱନାମଧନ୍ୟା ଲେଖିକା ସ୍ୱର୍ଗୀୟା ଆଶାପୂର୍ଣ୍ଣା ଦେବୀଙ୍କର ଜ୍ଞାନପୀଠ ପୁରସ୍କାର ପାଇଥିବା ଉପନ୍ୟାସ ‘ପ୍ରଥମ ପ୍ରତିଶ୍ରୁତି’ ପଢିଥିବେ । ‘ପ୍ରଥମ ପ୍ରତିଶ୍ରୁତି’ ପରେ ତାହାର ଦ୍ୱିତୀୟ ଓ ତୃତୀୟ ଭାଗ ‘ସୁବର୍ଣ୍ଣଲତା’ ଓ ‘ବକୁଳ କଥା’ । ନିଦ୍ଭୃତ ଅନ୍ତଃପୁରବାସିନୀ ଅବହେଳିତା ଭାରତୀୟ ନାରୀମାନଙ୍କର ଭଙ୍ଗାଗଢାର ଇତିହାସ ରଚନା ପାଇଁ ଯେପରି ‘ପ୍ରଥମ ପ୍ରତିଶ୍ରୁତି’, ‘ସୁବର୍ଣ୍ଣଲତା’ ଓ ‘ବକୁଳ କଥା’ର ସୃଷ୍ଟି । ଏହି ଉପନ୍ୟାସଗୁଡିକ ମୁଖ୍ୟତଃ ନାରୀସମାଜର ସମସ୍ୟାଗୁଡିକୁ ନେଇ ରଚିତ । ବିବର୍ତ୍ତନଶୀଳ ସମାଜବ୍ୟବସ୍ଥାର ତିନୋଟି ପିଢିର ଚିତ୍ର ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ