ଛୟାଳସିଂରେ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଉଦ୍ଯାପିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଖଗେଶ୍ୱର ମହାଦେବ ପୀଠରେ ୨୩ତମ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପୂଜା ନଭେମ୍ବର ୨୩ ଠାରୁ ଆରମ୍ଭ ହୋଇ ୭ଦିନ ଧରି ଚାଲିଥିଲା । ଏହି ଅବସରରେ ଭାଗବତ ପାରାୟଣ, ନାମ ସଂକୀର୍ତ୍ତନ, ପ୍ରବଚନ, ଗୀତାପାଠ ଓ ବେଦପାଠ, ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେହ ସନ୍ଧ୍ୟାରେ ହରିହର ସେବକ, ଫକୀର ମୋହନ ତ୍ରିପାଠୀ, ଶୁକଦେବ ତ୍ରିପାଠୀ, ସୁବାଷ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଖଗେଶ୍ୱର ପଣ୍ଡା, ଦେବେନ୍ଦ୍ର ପଣ୍ଡା, ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଅନନ୍ତ ନାରାୟଣ ପଣ୍ଡା, ହରିହର ପାଣିଗ୍ରାହୀ, ବିପିନ ବିହାରୀ ନାୟକ, ଜୟନ୍ତ କୁମାର ମହାପାତ୍ର ପ୍ରବଚନ ପ୍ରଦାନ କରିଥିଲେ । ବିକାଶ ପତି, ପ୍ରକାଶ ପତି ବେଦପାଠ କରିଥିବା ବେଳେ ସୁରେନ୍ଦ୍ର ପଣ୍ଡା, ମଣିଭଦ୍ର ପଣ୍ଡା, କମଳା ପଣ୍ଡା, ଭାଗବତ ପଣ୍ଡା ପାରାୟଣ କାର୍ଯ୍ୟ ତୁଲାଇଥିଲେ । କାର୍ଯ୍ୟକ୍ରମରେ ଚୈତନ୍ୟ ପଟ୍ଟନାୟକ, କୁଳମଣି ନାୟକ, ବିଷ୍ଣୁ ମୋହନ ବାରିକ, ସନ୍ତୋଷ ନାୟକ, ରଘୁନାଥ ସ୍ୱାଇଁ, ଜଗନ୍ନାଥ ରାଉତ, କାର୍ତ୍ତିକ ଚନ୍ଦ୍ର ପାଳ ସହଯୋଗ କରିଥିଲେ । ସୋମବାର ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍ କଟକଣା ମାନି ସମସ୍ତ ପୂଜା କାର୍ଯ୍ୟ ସଂପାଦିତ ହୋଇଥିଲା ।


