ଛୟାଳସିଂ ପଞ୍ଚାୟତରେ ବିଜେପିର କର୍ମୀ ସମ୍ମିଳନୀ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଗଣ୍ଡକୁରା ଠାରେ ବନ୍ତ ମଣ୍ଡଳ ବିଜେପି ସଭାପତି ଖଗେଶ୍ୱର ବେହେରାଙ୍କ ସଭାପତିତ୍ୱରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ, ନିର୍ବାଚନ ମଣ୍ଡଳୀ ନେତା ବଦ୍ରୀ ନାରାୟଣ ଧଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ନିରୁପମା ରାଉତ, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ସନ୍ତୋଷ ନାୟକ, ସମାଜସେବୀ ସୁଧାଂଶୁ ଜେନା ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଉକ୍ତ ପଞ୍ଚାୟତର ବିଜେପି ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କର ନାମ ଘୋଷଣା କରାଯାଇଥିଲା । ସରପଞ୍ଚ ପ୍ରାର୍ଥିନୀ ସତ୍ୟଭାମା ଧଳ, ସମିତି ସଭ୍ୟ ପ୍ରାର୍ଥିନୀ ନିରୁପମା ରାଉତ, ୱାର୍ଡ ସଭ୍ୟସଭ୍ୟା ପ୍ରାର୍ଥିନୀ ସସ୍ମିତା ମହାନ୍ତି, ଉର୍ମିଳା ଯେନା, ଦମୟନ୍ତୀ ଖଣ୍ଡା, ପ୍ରସନ୍ନ ଗିରି, ସସ୍ମିତା ବାରିକ, ଅର୍ଜ୍ଜୁନ ଚରଣ ଯେନା, ସୁଲୋଚନା ଗିରି, ଦିଲୀପ କୁମାର ଯେନାଙ୍କ ନାମ ଘୋଷଣା କରାଯାଇଥିଲା । ଏଥିରେ ପଞ୍ଚାୟତ ସଭାପତି ଗଦାଧର ରାଉତ, ଗୟାଧର ଗିରି, ରମେଶ ଯେନା, ସୁଧାକର ଧଳ, ପ୍ରଫୁଲ୍ଲ ଓଝା, ରତିକାନ୍ତ ଓଝା, ରାମ ଚନ୍ଦ୍ର ମହାନ୍ତି, ମାନସ ଯେନା, କୁଳମଣି ନାୟକ, ପ୍ରଦୀପ ବାରିକ, ବାବାଜି ବାରିକଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।