ଛ’ ଦିନରେ ୨୩୧୪ ଜଣଙ୍କୁ କୋଭିଡ଼ି ଟୀକା
ବୁଗୁଡା (ଅନିଲ ମହାରଣା): ବୁଗୁଡା ବ୍ଲକର ୪ ଟି ଟୀକା ଦାନ କେନ୍ଦ୍ରରେ ମାର୍ଚ୍ଚ ୧୫ ତାରିଖରୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ୬ ଦିନରେ ମୋଟ ୨୩୧୪ ଜଣ ଟିକା ନେଇଥିବା ବୁଗୁଡା ବିପିଏମ ବିଶ୍ଵଜିତ ପ୍ରଧାନ ପ୍ରକାଶ କରିଛନ୍ତି। ୨୩୧୪ ଜଣଙ୍କ ମଧ୍ୟରୁ ୬୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ୨୧୭୩ ଜଣ, ସ୍ୱାସ୍ଥ୍ୟ ଗତ କାରଣ ଯୋଗୁଁ ୪୫-୫୯ ବର୍ଷର ୧୦୩ ଜଣ ଓ କରୋନା ଯୋଦ୍ଧା ଓ ଦ୍ଵିତୀୟ ଟୀକା ମିଶି ୩୮ ଜଣ ଟୀକା ଗ୍ରହଣ କରିଛନ୍ତି। ଚାରିଗୋଟି ଟୀକାଦାନ କେନ୍ଦ୍ର ମଧ୍ୟରୁ ବାଲିପଦର ମେଡ଼ିକାଲରେ ସର୍ବାଧିକ ୬୯୪ ଜଣ, ବୁଗୁଡା ମେଡ଼ିକାଲରେ ୬୭୧ ଜଣ, ମାଣିତରା ମେଡ଼ିକାଲରେ ୪୮୯ ଜଣ ଓ କରଚୁଲି ମେଡ଼ିକାଲରେ ୪୬୬ ଜଣ ଟୀକା ଗ୍ରହଣ କରିଛନ୍ତି। ଆସନ୍ତା ସପ୍ତାହର ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ସମସ୍ତ ଛଅ ଦିନ ଟୀକା ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ମାଣିତରା ଓ କରଚୁଲି କେନ୍ଦ୍ରରେ ଅଳ୍ପ ସଂଖ୍ୟକ ଟୀକାଦାନ ହେଉଥିବା ଯୋଗୁଁ ସୋମବାର ଦିନର ଟୀକା ଦାନ ସଂଖ୍ୟାକୁ ଦେଖି ସେହି ଦୁଇ କେନ୍ଦ୍ରରେ ଟିକାଦାନ ଚାଲୁ ହେବ କି ନାହିଁ ସୋମବାର ଦିନ ସ୍ଥିର କରାଯିବ ବୋଲି ଜଣାପଡିଛି।


