ଜ।ମ୍ମୁ କଶ୍ମୀରରେ ଉଚ୍ଛେଦ ହେଲା ବିଧାନ ପରିଷଦ

ଶ୍ରୀନଗର: ଜମ୍ମୁ କଶ୍ମୀର ଚଳିତ ମାସରେ ହିଁ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବାକୁ ଯାଉଛି । ଏହା ପୂର୍ବରୁ ଆଜି ୬୨ ବର୍ଷ ପୁରୁଣା ଜମ୍ମୁ କଶ୍ମୀର ବିଧାନ ପରିଷଦକୁ ସରକାର ଉଚ୍ଛେଦ କରିଛନ୍ତି । ଏହାର ସମସ୍ତ କର୍ମଚାରୀ ଏବଂ ସଚିବଙ୍କୁ ଆଜି ଏ ବାବଦରେ ଅବଗତ କରାଯିବା ସହ ସାଧାରଣ ପ୍ରଶାସନ ବିଭାଗରେ ରିପୋର୍ଟ କରିବାକୁ କୁହାଯାଇଛି । ଆସନ୍ତା ୩୧ ତାରିଖ ଦିନ ବିଧାନ ପରିଷଦ ଭଙ୍ଗ ହେବା ସହ ଜମ୍ମୁ କଶ୍ମୀର କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବ ଏବଂ ଏହାର ବିଧାନସଭା ମଧ୍ୟ ରହିବ । ଏହା ପୂର୍ବରୁ ଆଜି ବିଧାନ ପରିଷଦର ୧୧୬ କର୍ମଚାରୀଙ୍କୁ ସେମାନଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ସୂଚିତ କରାଯାଇଛି । ୧୯୫୭ ମସିହାରେ ୩୬ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନ ପରିଷଦ ଗଠନ ହୋଇଥିଲା ଏବଂ ଏହା ୮୭ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଉଚ୍ଚ ସଦନ ଭାବେ କାର୍ଯ୍ୟ କରୁଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ