ଜଂଟିଲୋ ଯୁବକସଙ୍ଘ କାର୍ଯ୍ୟାଳୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଂଚାୟତର ଜଂଟିଲୋ ଗ୍ରାମର ଗ୍ରାମେଶ୍ୱର ଜନକଲ୍ୟାଣ ଯୁବକ ସଙ୍ଘ କାର୍ଯ୍ୟାଳୟ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ନେତୃତ୍ୱରେ ତଥା ଜିଲ୍ଲା ଅନ୍ଧତ୍ୱ ଦୂରୀକରଣ ସମିତି ଓ କଟକ ବିଡାନାସୀସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ମାଗଣା ଚକ୍ଷୁ ଚିକିତ୍ସା ଶିବିରରେ ୧୮୭ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୨୧ଜଣଙ୍କୁ କଟକସ୍ଥିତ ଚକ୍ଷୁ ଚିକିତ୍ସାଳୟକୁ ଅସ୍ତ୍ରୋ୍ରପ୍ରଚାର ପାଇଁ ଏକ ସ୍ୱତନ୍ତ୍ର ଗାଡିରେ ନିଆଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅକ୍ଷୟ ବାରିକ, ନାୟବ ସରପଂଚ ଶିବ ପ୍ରସାଦ ବେହେରା, ସମାଜସେବୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ମାନସ ସାମଲ, ସୈାମ୍ୟରଞ୍ଜନ, ଆଶୁତୋଷ ବାରିକ, ସ୍ୱାଧୀନସୁବର୍ଣ୍ଣ ମହାପାତ୍ର, ନିହାର ରଞ୍ଜନ, ବିନୟ କୁମାର ବାରିକ, ରମେଶ ଚନ୍ଦ୍ର ବାରିକ, ବାସୁଦେବ ପାଢୀ ଓ ପୂର୍ବତନ ଜିଲ୍ଲା ବିଜୁ କୃଷକ ଜନତାଦଳର ସଭାପତି ସୈାମେନ୍ଦ୍ର କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ