ଜଉକଣ୍ଢେଇ ବାହାଘର ପାଇଁ ପ୍ରସ୍ତୁତି ଆରମ୍ଭ

ବାଲେଶ୍ୱର, (ସରୋଜ ପଣ୍ଡା):୧୩ତମ ଜଉକଣ୍ଢଇ ବାହାଘର ଉତ୍ସବ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ବିଶ୍ୱଶ୍ରୀ ପ୍ରେସ ପରିସରରେ କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମେ ମାସ ୧୪ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପୀ ଏହି ବିବାହ ଉତ୍ସବ ପାରମ୍ପରିକ ରୀତିନୀତିରେ ଆୟୋଜିତ ପାଇଁ ନିଷ୍ପତ୍ତି ନିଆଯାଇଛି । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ନାୟିକା ଲାବନ୍ୟବତୀ ଓ ଚନ୍ଦ୍ରଭାନୁଙ୍କ ନାମ ଅନୁସାରେ ଚଳିତ ବର୍ଷ ଜଉ କଣ୍ଢେଇ ବର-କନ୍ୟାଙ୍କ ନାମ ରଖାଯାଇଛି । ପୂର୍ବବର୍ଷ ଭଳି ଚଳିତ ହୋଲି ପୂର୍ଣ୍ଣମୀରେ ଏହି ନାମ କରଣ କାର୍ଯ୍ୟ ସମାପନ ହୋଇଛି । ୫ଦିନ ବ୍ୟାପି ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ଲୋକ ନୃତ୍ୟାନୁଷ୍ଠାନ ଉପସ୍ଥିତ ରହି ସେମାନଙ୍କର କାର୍ଯ୍ୟକ୍ରମ ପ୍ରଦର୍ଶନ କରିବେ । ସେହିଭଳି ମିନାବଜାର ଓ ଏଥିରେ ବିଭିନ୍ନ ପ୍ରକାର ଷ୍ଟଲ ଲାଗିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । କମିଟିର ସଂପାଦକ ଡ଼ା କୁମାର ଗୋପାଲ, ଶିଳ୍ପୀ କେଶୁ ଦାସ, ସଭ୍ୟ ଗୌରାଙ୍ଗ ପାଣିଗ୍ରହୀ, ଇଂ.ହୃଷିକେଶ ସାହୁ, କୋଷାଧକ୍ୟ ବ୍ୟମନାଥ ରଥ, ସହ ସଂପାଦକ ରଘୁନାଥ ଲେଙ୍କା ଓ ରାଜେଶ ଗିରି, ସନ୍ତୋଷ ବିଶ୍ୱାଳ, ଜୟଶ୍ରୀ ସାହୁ, ମନସ୍ୱିନୀ ଦେବୀ, କନକଲତା ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଅଜୟ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ