ଜଉ କଣ୍ଢେଇ ବାହାଘର ପାଇଁ ଲଗ୍ନଧରା ଶେଷ : ଜୟଦେବ-ପଦ୍ମାବତୀଙ୍କ ଶୁଭବିବାହ ୨୬ରେ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ପକ୍ଷରୁ ଚଳିତ ବର୍ଷର ଜଉ କଣ୍ଢେଇ ବର ଜୟଦେବ ଓ କନ୍ୟା ପଦ୍ମାବତୀଙ୍କ ବାହାଘର ପାଇଁ ଲଗ୍ନଧରା ଶେଷ ହୋଇଛି । ବୁଦ୍ଧପୂର୍ଣ୍ଣିମା ଅବସରରେ ପାରମ୍ପାରିକ ରୀତି ନୀତିରେ ଏହି ଲଗ୍ନଧରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆସନ୍ତା ୨୬ ତାରିଖରେ ବିବାହ ସମ୍ପନ୍ନ ପାଇଁ ଲଗ୍ନ ଧରାଯାଇଛି । ଚଳିତବର୍ଷ କନ୍ୟାପକ୍ଷ ଭାବେ ଦାୟିତ୍ୱ ନେଇଥିବା ବାଲେଶ୍ୱର ମାରୱାଡି ମହିଳା ସମିତି ପକ୍ଷରୁ ମୋତିଗଞ୍ଜ ରାଧାକୃଷ୍ଣ ମନ୍ଦିରରେ ଲଗ୍ନ ସ୍ଥିର ଉତ୍ସବ ଆୟୋଜନ କରାଯାଇଥିଲା । ବରକର୍ତ୍ତା ଭାବେ କୃଷିବିଭାଗର ପୂର୍ବତନ ଜିଲା କୃଷି ଉପ-ନିର୍ଦ୍ଦେଶକ କୌଳାସ ଚନ୍ଦ୍ର ପରିଡ଼ା ଓ ତାଙ୍କ ପତ୍ନୀ ସୁପ୍ରିୟା ପରିଡ଼ାଙ୍କ ଜଉକଣ୍ଢେଇ ବାହାଘର ଉତ୍ସବ କମିଟିର କର୍ମକର୍ତ୍ତାଙ୍କ ସହ ସଂଧ୍ୟାରେ ରାଧାକୃଷ୍ଣ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ କନ୍ୟାକର୍ତ୍ତା ଭାବେ ମଦନ ସରାୱଗି ଓ ପତ୍ନୀ ଅଞୁ ସରାୱଗିଙ୍କ ସମେତ ମାରୱାଡି ମହିଳା ସମତିର କର୍ମକର୍ତ୍ତା ଏବଂ ମାରୱାଡ଼ି ସମାଜର ବହୁ ବିଶିଷ୍ଟ ବ୍ୟକ୍ତି ବରପକ୍ଷଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ବରଘର ତରଫରୁ ବାଲେଶ୍ୱରର ପାରମ୍ପରିକ ମିଠା ଗଜାଲଡ଼ୁ ଭାର କନ୍ୟାପକ୍ଷଙ୍କୁ ପ୍ରଦାନ କରାଯାଇଥିଲା । ପରେ ମାରୱାଡି ମହିଳାମାନେ ପାରମ୍ପରିକ ରୀତିନୀତି ଅନୁସାରେ କନ୍ୟା ପଦ୍ମାବତୀଙ୍କୁ ସଜବାଜ କରିଥିଲେ । କନ୍ୟା ପକ୍ଷରୁ ମହିଳାମାନଙ୍କ ପାରମ୍ପରିକ ସଙ୍ଗୀତ ଉପସ୍ଥିତ ଅତିଥିଙ୍କୁ ବେଶ ଆମୋଦିତ କରିଥିଲା । ପୁରୋହିତ ବିମଳ ପଣ୍ଡା ଓ ଯୁଗଲ କିଶୋର ଶର୍ମାଙ୍କ ଉପସ୍ଥିତିରେ ଯଥା ବିଧି କର୍ମକାଣ୍ଡ ସହିତ ଆସନ୍ତା ୨୬ତାରିଖରେ ଜୟଦେବ ଓ ପଦ୍ମାବତୀଙ୍କ ଶୁଭବିବାହ ପାଇଁ ଲଗ୍ନ ସ୍ଥିର କରାଯାଇଥିଲା । ଏହି ଅବସରରେ କନ୍ୟାଘର ପକ୍ଷରୁ ଚଳିତବର୍ଷ ୧୦୧ଜଣଙ୍କ ନେତ୍ରଦାନ ପାଇଁ ଦାବି ରଖାଯାଇଥିବା ବେଳେ ବରପକ୍ଷ ମେଗା ରକ୍ତଦାନ ଶିବିର ଓ ଆର୍ଥିକ ଅନଗ୍ରସର ପରିବାରର ୨ଟି କନ୍ୟାଙ୍କୁ ବିବାହ କରାଇବା ପାଇଁ ଦାବି ରଖିଥିଲେ । ବରଘର ପକ୍ଷରୁ ଉତ୍ସବ କମିଟି ସଭାନେତ୍ରୀ ସୁବାସିନୀ ଜେନା, କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ପାତ୍ର, ସଂପାଦକ ଡ଼ାକ୍ତର କୁମାର ଗୋପାଲ, ସହ-ସମ୍ପାଦକ ରାଜେଶ ଗିରି ଓ ରଘୁନାଥ ଲେଙ୍କା ସମେତ ଶିଳ୍ପୀ କେଶୁ ଦାସ, ହୃଷିକେଶ ସାହୁ, ଗୌରାଙ୍ଗ ପାଣିଗ୍ରାହୀ, ବ୍ୟୋମନାଥ ରଥ, ସୁଶାନ୍ତ କୁମାର ବେରା, କଟିଆ ସାହୁ, ମନସ୍ୱିନୀ ଦେବୀ, ପ୍ରତିମା ପଣ୍ଡା, ସଂଯୁକ୍ତା ଦାସ, ଡ. ପ୍ରଦୀପ ଭୌମିକ, ଡ. ଅରବିନ୍ଦ ଗିରି, ଶିକ୍ଷାବିତ କାଳୀକିଙ୍କର ଦାସ, କନକଲତା ଦାସ, କାଂଚନବାଳା ପାତ୍ର, ଆଲୋକ ସାହୁ, ପରେଶ ଦାଶ, ସନ୍ତୋଷ ବିଶ୍ୱାଳ,ଅଜସ୍ୱିନୀ ମିଶ୍ର ଏବଂ କନ୍ୟାପକ୍ଷରୁ ବାଲେଶ୍ୱର ମାରୱାଡି ମହିଳା ସମିତିର ସଭାନେତ୍ରୀ ପ୍ରିୟା ଅଗ୍ରୱାଲ, ସମ୍ପାଦିକା ସୋନାଲ ମୋଦି, ଗୀତା ସୋମାନୀ, ଶିବୁ ପୋଦାର, ମନୀଷା ମୋଦି, ଗୋପାଲ ଅଗ୍ରୱାଲ, ସୁଧା ଅଗ୍ରୱାଲଙ୍କ ସମେତ ପ୍ରମୁଖ ବହୁ ସଦସ୍ୟ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ