ଜଗତପୁର -ଚାନ୍ଦବାଲି ରାସ୍ତାର ପଥରକଣି ନିକଟରେ ସାଢେ୬ଲକ୍ଷ ଲୁଟ ଅଭିଯୋଗ
କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ): ଜଗତପୁର – ଚାନ୍ଦବାଲି ରାସ୍ତାର ପଥରକଣି ନିକଟରେ ଗୁରୁବାର ଅପରାହ୍ନରେ ଜଣେ ବ୍ୟବସାୟୀଙ୍କ ନିକଟରୁ ସାଢେ ୬ଲକ୍ଷ ଟଙ୍କା ଲୁଟ ହୋଇଥିବା ନିକିରାଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ମଢିଆଳ ଗ୍ରାମର ସୁଦାମ ସାହୁଙ୍କର ବିଭିନ୍ନ କମ୍ପାନୀର ଏଜେନ୍ସି ନେଇଥିବା ବେଳେ ଆଜି ତାଙ୍କ ପୁଅ ପଟ୍ଟାମୁଣ୍ଡାଇରୁ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ଜିନିଷ ଦେଇ ସେଠାରୁ ପେମେଂଟ ନେଇ ଜଗତପୁର – ଚାନ୍ଦବାଲି ରାସ୍ତାରେ ଅପରାହ୍ନ ପ୍ରାୟ ସାଢେ୨ଟା ସମୟରେ ଘରକୁ ଫେରୁଥିଲେ । ସେହି ରାସ୍ତାର ପଥରକଣୀ ଠାରେ ତାଙ୍କୁ ୩ଜଣ ଦୁର୍ବୁତ ଭୁଜାଲି ଦେଖାଇ ତାଙ୍କ ଠାରୁ ସାଢେ୬ଲକ୍ଷ ଟଙ୍କା ଲୁଟ କରିନେଇଥିବା ସେ ନିକିରାଇ ଥାନାରେ ଅଭିଯୋଗ କରିଛନ୍ତି । ନିକିରାଇ ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ କାବୁଲି ବାରିକ ସୂଚନା ଦେଇଛନ୍ତି ।


