ଜଗତପୁର ବିଦ୍ୟୁତ୍ ଉପଭୋକ୍ତା ସଂଘ” ପକ୍ଷରୁ ଶକ୍ତିମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ
କଟକ, (ଯୁଗାବ୍ଦ ନ୍ୟୁଜ):ସଂପ୍ରତି ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ତଥା ଅସହ୍ୟ ଗରମ ଓ ଗୁଳୁଗୁଳି ପାଇଁ ରାଜ୍ୟରେ ବକେୟା ବିଲ୍ ପାଇଁ ବିଦ୍ୟୁତ୍ ଉପଭୋକ୍ତା ଙ୍କର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯିବ ନାହିଁ ବୋଲି ଓଡ଼ିଶା ସରକାରଙ୍କ ମାନ୍ୟବର ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଘୋଷଣା କରିଥିଲେ ।କିନ୍ତୁ ଏହି ଘୋଷଣାକୁ ମାନୁ ନାହାନ୍ତି ବିଦ୍ୟୁତ୍ ବିତରଣ କମ୍ପାନୀ ଟାଟା ପାୱାର ।ଏଥିରୁ ଜଣାପଡୁଛି କି ରାଜ୍ୟ ସରକାର ଓ ବିଦ୍ୟୁତ୍ ବିତରଣ କମ୍ପାନୀ ମଧ୍ୟରେ ସମନ୍ଵୟ ରହୁନାହିଁ କିମ୍ବା କମ୍ପାନୀ ମନ୍ତ୍ରୀ ଙ୍କ କଥା କୁ ଖାତିର କରୁନାହିଁ ।ଚଳିତ ମାର୍ଚ୍ଚ ମାସରେ ସମ୍ପୂର୍ଣ ବକେୟା ବିଲ୍ ପୈଠ ପାଇଁ ଜଗତପୁର ଅଞ୍ଚଳରେ ଟାଟା ପାୱାର ଉପଭୋକ୍ତା ଙ୍କୁ ବାଧ୍ୟ କରୁଛି ନଚେତ୍ ଉପଭୋକ୍ତାଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଦେବ ବୋଲି ତାଗିଦ୍ କରୁଛି ।ଏଥିସହିତ ପ୍ରୀପେଡ ମିଟର,ବିଦ୍ୟୁତ୍ ଶୁଳ୍କ ବୃଦ୍ଧି,ଇତ୍ୟାଦି ପ୍ରତ୍ୟାହାର କରିବା ସହ ଗ୍ରୀଷ୍ମ ପ୍ରବାହ ସମୟରେ ଯେମିତି କୌଣସି ଗରିବ ଉପଭୋକ୍ତାଙ୍କ ବକେୟା ବିଲ୍ ପାଇଁ ଲାଇନ୍ ନକାଟିବା କୁ ଦାବୀ କରି “ଜଗତପୁର ବିଦ୍ୟୁତ୍ ଉପଭୋକ୍ତା ସଂଘ”ପକ୍ଷରୁ ସଭାପତି ତୀର୍ଥାନନ୍ଦ ପଣ୍ଡା ଙ୍କ ନେତୃତ୍ୱରେ ଜଗତପୁର ଗୋଲେଇଛକ ସ୍ଥିତ ଟାଟା ପାୱାର କାର୍ଯ୍ୟଳୟ ରେ ବିଭାଗୀୟ କନିଷ୍ଠ ମ୍ୟାନେଜର ବିକାଶ ଭୋଇ ଙ୍କ ଜରିଆରେ ରାଜ୍ୟ ସରକାରଙ୍କ ମାନ୍ୟବର ଶକ୍ତିମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।ଏଥି ସହିତ ଉପଭୋକ୍ତା ମାନଙ୍କର ଅନ୍ୟାନ୍ୟ ବିଦ୍ୟୁତ୍ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ବିଭିନ୍ନ ପ୍ରସ୍ତାବ ମାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ପଣ୍ଡାଙ୍କ ସହିତ “କଟକ-ଚୌଦ୍ବାର ବିକାଶ ପରିଷଦ”ର ସଭାପତି ମାନସ ପରିଡ଼ା,କଟକ ପୂର୍ବାଞ୍ଚଳ ଶାନ୍ତି କମିଟି କର୍ମକର୍ତ୍ତା ଅଲେଖ ଚନ୍ଦ୍ର ବେହେରା,ବରିଷ୍ଠ ମୂରବୀ ହେମରାଜ୍ ବିଶ୍ଵାଳ ଓ ଗୋଲେଖ ଚନ୍ଦ୍ର ରାଉତ,ବରିଷ୍ଠ ନାଗରିକ ସଂଘ ସମ୍ପାଦକ ପଦ୍ମନାଭ ବେହେରା,ସାମାଜିକ କର୍ମୀ ରଶ୍ମିକାନ୍ତ ସାମଲ ଓ ଶ୍ରୀମନ୍ତ ପଣ୍ଡା,ବସ୍ତି ସଂଘ ନେତା ଚିତ୍ତ ରଞ୍ଜନ ମହାନ୍ତି,ଯୁବନେତା ମାଧବାନନ୍ଦ ବିଶ୍ଵାଳ,ବରିଷ୍ଠ ନାଗରିକ ଚିରଞ୍ଜୟ ବେହେରା ଓ ଜୟ ନାରାୟଣ ତ୍ରୀପାଠୀ,ଙ୍କ ସମେତ କୃପାସିନ୍ଧୁ ନାୟକ, ଯୋଗେନ୍ଦ୍ର ବାରିକ, ଗୌରୀ ଶଙ୍କର ବେହେରା,ଶ୍ରମିକ ନେତା ଲକ୍ଷ୍ମୀଧର ଶରଣ,ଆବାସ ମଲ୍ଲିକ, ଶ୍ରଦ୍ଧେନ୍ଦୁ ଶତପଥୀ,ସୂର୍ଯ୍ୟ ନାରାୟଣ ବସ୍ତିଆ,ପ୍ରବୀର୍ ରଥ,ବିମଳ ବିଶ୍ବାଳ ଓ ଆଡଭୋକେଟ୍ ଗୋପାଳ ଚନ୍ଦ୍ର ନାଥ ପ୍ରମୁଖ ଯୋଗଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଦାବୀପତ୍ର ପ୍ରଦାନ କରିଥିଲେ