ଜଗତର ଶୁଭ ମନାସିଲେ ବନବାସୀଙ୍କ ସହ ବଡ଼ଦିନ ପାଳନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସକୁ ନିରାଡ଼ମ୍ବର ରୂପେ ପାଳନ କରିଛନ୍ତି ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଘେର ମଧ୍ୟରେ ଥିବା ଆଦିବାସୀ ପଲ୍ଲୀର ବନବାସୀମାନେ । ଆନନ୍ଦ ଓ ଉତ୍ସାହର ସହ ବନବାସୀମାନେ ବଡ଼ଦିନକୁ ପାଳନ କରିବା ସହ ଜଗତର ସୁଖ ଓ ଶାନ୍ତି ପାଇଁ ମଙ୍ଗଳ କାମନା କରିଥିଲେ । ବିଚ୍ଛନ୍ଦ ଟ୍ରଷ୍ଟ ଅଫ୍ ୱେଲଫେୟାର, ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଛତାବର ଗ୍ରାମ ପଞ୍ଚାୟତର ସରପଞ୍ଚ ବିଷ୍ଣୁ ପ୍ରସାଦ ଡ଼େଙ୍ଗ, ବିଚ୍ଛନ୍ଦ ଟ୍ରଷ୍ଟର ସଭାପତି ପ୍ରକାଶ କୁମାର ମହାପାତ୍ର, ସାମାଜିକ କର୍ମୀ ସୁଶାନ୍ତ ସାହୁ, ପ୍ରିୟବ୍ରତ ପଣ୍ଡା, ସନ୍ତୋଷୀ ଜୈନ, ତ୍ରିଲୋଚନ ବେଉରା, ଯୋଗେନ୍ଦ୍ର ଜୈନ, ଇଂ ବାସୁଦେବ ମିଶ୍ର, ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଚିତ୍ର କୁମାର ମାଝୀ, ଶିକ୍ଷକ ସୁବାସ ଓଝା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପଲ୍ଲୀର ପ୍ରତିଟି ପରିବାରକୁ ଖଣ୍ଡିଏ ଲେଖାଏଁ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା । ଘଞ୍ଚଜଙ୍ଗଲ ଘେର ମଧ୍ୟରେ ରହୁଥିବା ବନବାସୀମାନେ ଶୀତବସ୍ତ୍ର ପାଇ ବେଶ୍ ଖୁସି ଥିବା ପରିଲକ୍ଷିତ ହୋଇଥିଲା । ଟ୍ରଷ୍ଟର ଏପରି ମହତ୍ ପଦକ୍ଷେପକୁ ବନବାସୀମାନେ ସାଧୁବାଦ ଜଣାଇବା ସହ ପ୍ରଶଂସା କରିଥିଲେ ।