ଜଗତସିଂହପୁରରୁ ପୁଣି ୨୦ କରୋନା ପଜିଟିଭ୍‌

ଭୁବନେଶ୍ବର : ଆଜି ସକାଳେ କରୋନା ମୁକ୍ତ ଘୋଷିତ ହୋଇଥିବା ଜଗତସିଂହପୁର ଜିଲ୍ଲାରେ ପୁଣି ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ନାଉଗାଁ ବ୍ଲକ୍‌ର ହୋଇଥିବା ବେଳେ କୁଜଙ୍ଗରୁ ଜଣେ ଚିହ୍ନଟ ହେଇଛନ୍ତି । କୁଜଙ୍ଗର ପଣ୍ଡୁଆ ପଞ୍ଚାୟତରୁ ଚିହ୍ନଟ ବ୍ୟକ୍ତି ଜଣକ କୋଲକାତା ଫେରନ୍ତା ବୋଲି ଜଣାପଡିଛି । ଏହାକୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଥିବା ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯୬ରେ ପହଞ୍ଚିଛି । ସମୁଦାୟ ୮୯୬ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୭ ଜଣ ସୁସ୍ଥ ହୋଇଥିବା ବେଳେ ୪ ଜଣଙ୍କର ଦେହାନ୍ତ ଘଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ