ଜଗତସିଂହପୁରରେ ସାରା ଭାରତ ଶିକ୍ଷା ବଂଚାଅ କମିଟି ଗଠିତ
ଜଗତସିଂହପୁର, (ଯୁଗାବ୍ଦ ନ୍ୟୁଜ) :-ସଭ୍ୟତା ଧ୍ଵଂସ କାରୀ ନୂତନ ଜାତୀୟ ଶିକ୍ଷା ନୀତି ବାତିଲ ଦାବିରେ ଦେଶବ୍ୟାପୀ ଶିକ୍ଷା ବଂଚାଅ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଅଲ ଇଣ୍ଡିଆ ସେଭ୍ ଏଜୁକେସନ କମିଟି (ସାରା ଭାରତ ଶିକ୍ଷା ବଂଚାଅ କମିଟି) କ୍ରମାଗତ ଶିକ୍ଷା ବଂଚାଅ ଆନ୍ଦୋଳନ ଗଢ଼ି ତୋଳୁଛି। ଜଗତସିଂହପୁର ଜିଲ୍ଲାରେ ଏହି ଆନ୍ଦୋଳନ ଜାରି ରହିଛି। ଗତ କାଲି ଅନ୍ ଲାଇନ୍ ଗୁଗଲ ମିଟ ରେ ଜିଲ୍ଲା ସାଂଗଠନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ଼ଃ ବୀରେନ୍ଦ୍ର ନାୟକ, ରାଜ୍ୟ ଉପସଭାପତି ଶ୍ରୀ ଯୁକ୍ତ କ୍ଷୀରୋଦ ଚନ୍ଦ୍ର କର, ରାଜ୍ୟ ସଂପାଦକ ଅବସରପ୍ରାପ୍ତ ଅଧ୍ୟାପକ ଡଃ ରମେଶ ଚନ୍ଦ୍ର ନାୟକ ନୂତନ ଜାତୀୟ ଶିକ୍ଷା ନୀତିର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ। ଜିଲ୍ଲାର ବରିଷ୍ଠ ସଂଗଠକ ଶ୍ରୀ ସୁବାସ ସ୍ବାଇଁ ଙ୍କ ପ୍ରସ୍ତାବ ଓ ଶିକ୍ଷୟିତ୍ରୀ ସସ୍ମିତା ସାହୁ ଓ ଉପସ୍ଥିତ ସମସ୍ତ ସଭ୍ୟଙ୍କ ସମର୍ଥନ କ୍ରମେ ୧୫ ଜଣିଆ ଜିଲ୍ଲା କମିଟି ଗଠିତ ହୋଇଅଛି। ଶ୍ରୀ ଯୁକ୍ତ ମନୋଜ କୁମାର ଲେଙ୍କା – ସଭାପତି, ମହମ୍ମଦ ଓସାମା – ଉପସଭାପତି, ଦୀପକ କୁମାର ମହାନ୍ତି- ସଂପାଦକ, ଦିବ୍ୟ ଜୀବନ ବେହେରା – ସହ ସ°ପାଦକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଆସନ୍ତା ମଇ ମାସ ୯ ତାରିଖ ଦିନ ଜାତୀୟ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଧାରଣା ଓ ରାଷ୍ଟ୍ରପତି ଙ୍କୁ ସ୍ମାରକ ପତ୍ର ପ୍ରଦାନ କାର୍ଯ୍ୟ କ୍ରମ ରେ ସକ୍ରିୟ ଅଂଶଗ୍ରହଣ କରିବାପାଇଁ ସିଦ୍ଧାନ୍ତ ଗ୍ରହଣ କରାଯାଇଛି ।


