ଜଗତସିଂହପୁର ଅବକାରୀ ବିଭାଗ ତରଫରୁ ୧୦କେଜି ଗଞ୍ଜେଇ ଜବତ
ଜଗତସିଂହପୁର, (ଅନସୂୟା ରାଉତ) :-ଜଗତସିଂହପୁର ଅବକାରୀ ଥାନା ଚୋରା ଗଞ୍ଜେଇ ବେପାରୀଙ୍କ ଚୋରା ସାମ୍ରାଜ୍ୟ ଧ୍ବଂସ କରିବାରେ ଲାଗିଛି। ଏହି ସବୁ ସଫଳତା ଅବକାରୀ ବିଭାଗ ନିରୀକ୍ଷକ ଦବଙ୍ଗ ଲେଡି ବୈଜୟନ୍ତୀ ପଣ୍ଡାଙ୍କ ପାଇଁ ସମ୍ଭବ ହୋଇଛି । ଆଜି ସକାଳୁ ଜଗତସିଂହପୁର ଜିଲ୍ଲାର ଓଡିଶୋ ଗ୍ରାମର ଜଣେ ଚୋରା ଗଞ୍ଜେଇ ଡିଲର ତ୍ରିଲୋଚନ ବେହେରାଙ୍କୁ ଧରି ନିଜ ସଫଳତାର ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ତ୍ରିଲୋଚନ ଦୀର୍ଘ ଦଶନ୍ଧି ଧରି ଚୋରା ଗଞ୍ଜେଇ କାରବାର ସହ ପ୍ରଶାସନ ସହିତ ବେଶ୍ ଲୁଚକାଳି ଖେଳ ଖେଳୁଥିଲେ । ଆଜି ଅବକାରୀ ନିରୀକ୍ଷିକା ପଣ୍ଡା ନିଜ ଟିମ୍ ସହ ସକାଳୁ ୧୦କେଜିରୁ ଉର୍ଦ୍ଧ୍ବ ଚୋରା ଗଞ୍ଜେଇ ବେହେରାଙ୍କ ଠାରୁ ଜବତ କରିଛନ୍ତି । କିନ୍ତୁ ଜଗତସିଂହପୁର ପୁର ବାସୀ ଦିବାଲୋକରେ ପୁରୁଣା ସ୍କୁଟର ଯୋଗେ ଚୋରାଚାଲାଣ ହେଉଥିବା ମଦ ବେପାରୀଙ୍କ ଉତ୍ପାତରୁ ନିରୀହ ଲୋକ ମାନଙ୍କ ଜୀବନ ରକ୍ଷା କରିବାକୁ ଅନୁରୋଧ କରିଛନ୍ତି ।