ଜଗତସିଂହପୁର ଜିଲ୍ଲାକୁ ଛୁଇଲା କରୋନା : ୪ ପଜିଟିଭ ଚିହ୍ନଟ
ନାଉଗାଁ, (ଓ୍ୱାଇଏନ୍ଏସ୍): ପ୍ରଥମ କରି ଜଗତସିଂହପୁର ଜିଲ୍ଲାକୁ ଛୁଇଲା କରୋନା । ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ୧୮୪କୁ ବୃଦ୍ଧି ପାଇଛି । ଆକ୍ରାନ୍ତ ୪ଜଣ ଜଗତସିଂହପୁରର ବୋଲି ଜଣାପଡ଼ିଛି । ପ୍ରଥମ ଥର ପାଇଁ ଜଗତସିଂହପୁରରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ଜଗତସିଂହପୁରର ଜିଲ୍ଲାର ନାଉଗାଁ ଅଞ୍ଚଳର । ୪ଜଣ ଯାକ ପୁରୁଷ ହୋଇଥିବା ବେଳେ ସୁରତରୁ ଫେରିଥିଲେ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନାରେ ୧୮୪ଜଣ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୨ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଓଡ଼ିଶାରେ ୧୨୧ ଆକ୍ଟିଭ କେସ୍ ରହିଛି ।