ଜଗତସିଂହପୁର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଉପେକ୍ଷା : ଜିଲ୍ଲାବାସୀଙ୍କ ଅସନ୍ତୋଷ 

ଜଗତସିଂହପୁର, (ଅନସୂୟା ରାଉତ) :-ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ମନ୍ତ୍ରୀ ମଣ୍ଡଳର ପୁନଃ ସଂପ୍ରସାରଣ କରାଯାଇଛି । କେତେକ ପୂର୍ବତନ ମନ୍ତ୍ରୀଙ୍କୁ ମଧ୍ୟ ନିଜ ନିଜ ବିଭାଗରେ ରଖିଛନ୍ତି । ହେଲେ ଜଗତସିଂହପୁର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଉପେକ୍ଷା ଜିଲ୍ଲା ବାସୀଙ୍କୁ ମର୍ମାହତ କରିଛି । ଜଗତସିଂହପୁର ଜିଲ୍ଲା ଗୋଟିଏ ସଂସ୍କୃତି ସଂପନ୍ନ ଓ ବୁଦ୍ଧିଜୀବୀଙ୍କ ଜିଲ୍ଲା ଅଟେ । ଯେଉଁ ଜିଲ୍ଲାରେ ସନ୍ଥ ଶିରୋମଣି ଆଦିକବି ଶାରଳା ଦାସ, ବିଷିଷ୍ଟ ରାଜନେତା ନବକୃଷ୍ଣ ଚୌଧୁରୀ, ବୈଜ୍ଞାନିକ ଡାପ୍ରାଣକୃଷ୍ଣ ପରିଜା, ଡା ଶ୍ରୀରାମ ଦାସଙ୍କ ପରି ଅନେକ ମହାପୁରୁଷଙ୍କ ଜନ୍ମ ଜଗତସିଂହପୁର ମାଟିରେ ହୋଇଥିଲା । ଯେଉଁମାନେ ଦେଶର ଗୌରବ ବୃଦ୍ଧି କରିଛନ୍ତି । ଯେଉଁ ଜିଲ୍ଲାରେ କଳିଙ୍ଗ ସମ୍ରାଟ ନବଉତ୍କଳର ସ୍ବର୍ଗତ ବିଜୁବାବୁଙ୍କ ସ୍ବପ୍ନର ଜଗତସିଂହପୁର ଜିଲ୍ଲାକୁ ଆଜି ନବୀନ ବାବୁ ଅଣଦେଖା କରିଛନ୍ତି । ଜିଲ୍ଲାର ସମସ୍ତ ବିଧାୟକ ତଥା ସମସ୍ତ ଜିଲ୍ଲାପରିଷଦ ଶହେଭାଗ ସରପଞ ଓ ସଭ୍ୟ ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇଥିଲେ ମଧ୍ୟ ମନ୍ତ୍ରୀଶୂନ୍ୟ ହେବା ଜିଲ୍ଲାବାସୀଙ୍କ ମନରେ କଷ୍ଟ ଦେଇଛି । ଗୋଟିଏ ଗୋଟିଏ ଜିଲ୍ଲାର ତିନିଜଣ, ବୁଇଜଣ ମନ୍ତ୍ରୀ ହୋଇଥିଲେ ମଧ୍ୟ ଜଗତସିଂହପୁର ଜିଲ୍ଲାର ମନ୍ତ୍ରୀ ଶୂନ୍ୟ ଏକ ଉପେକ୍ଷା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ