ଜଗତସିଂହପୁର ଜିଲ୍ଲାରେ ପରୀ ହତ୍ୟାର ନ୍ୟାୟ ପାଇଁ ବିକ୍ଷୋଭ

ଜଗତସିଂହପୁର,(ଅନସୂୟା ରାଉତ): ସାରାରାଜ୍ୟରେ ଯାଜପୁର ଜିଲ୍ଲାର କୁନି ଝିଅ ପରିର ହତ୍ୟା ଓ ପୋଲିସର ମନ୍ଥର ତଦନ୍ତରେ ମର୍ମାହତ।ପରୀ ମୃତ୍ୟୁର ତାତିରେ ବିଧାନ ସଭାର ଶୀତ ଅଧିବେଶନ ଅଚଳ। ଆଜି ଜଗତସିଂହପୁର ଜିଲ୍ଲାର ଥାନା ଆଗ ବିଜୁପଟ୍ଟନାୟକ ଛକରେ ବାଣୀକ୍ଷେତ୍ର ସୁରକ୍ଷା ମଞ୍ଚ ପକ୍ଷରୁ ମୃତା ପରୀର ନିରପେକ୍ଷ ତଦନ୍ତ ଘଟଣା ସିବିଆଇକୁ ହସ୍ତାନ୍ତର କରିବାକୁ ଦାବିକରାଯାଇଛି। ବିକ୍ଷୋଭ ପ୍ରଦର୍ଶନକାରୀ ଟାୟାର ଜାଳିଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ କୁମାର ସାହୁଙ୍କୁ ଦଳରୁ ତଥା ମନ୍ତ୍ରୀ ପଦରୁ ବହିସ୍କାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚେତାବନୀ ଦେଇଥିଲେ | ତତ୍ ସହିତ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜୀ କରାଯାଇଥିଲା। ଜଗତସିଂହପୁର ପୋଲିସଙ୍କ ହସ୍ତକ୍ଷେପ ପରେ ବିକ୍ଷୋଭ କାରୀ ଘଟଣା ସ୍ଥଳରୁ ହଟିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ