ଜଗତସିଂହପୁର ଜିଲ୍ଲାରେ ପେଟ୍ରୋଲ ଡିଜେଲ ମିଳୁନି

ଜଗତସିଂହପୁର, (ଅନସୂୟା ରାଉତ) :-ଜଗତସିଂହପୁର ଜିଲ୍ଲାର ବିଭିନ୍ନ ତେଲ ଟାଙ୍କିରେ ପେଟ୍ରୋଲ ଓ ଡିଜେଲ ମିଳୁନି । ରଜପର୍ବର ମଜା ପେଟ୍ରୋଲ ଓ ଡିଜେଲର ଅଭାବ ଯୁବ ଗୋଷ୍ଠୀଙ୍କ ମନରେ ଗଭୀର ଦୁଃଖ ଦେଇଛି । ପ୍ରକାଶ ଥାଉକି ଜଗତସିଂହପୁର ଜିଲ୍ଲାରେ ହିନ୍ଦୁସ୍ଥାନ ପେଟ୍ରୋଲ, ଇଣ୍ଡିଆନ ଅଏଲ ଓ ଏସ୍ ଆର୍ ନାମରେ ପାଖା ପାଖି ୪୦ ଗୋଟି ପେଟ୍ରୋଲ ଟାଙ୍କି ରହିଛି । ଆଜିକୁ ଚାରି ଦିନ ହେଲା ବିଭିନ୍ନ ଟାଙ୍କିରେ ତେଲ ମିଳୁ ନାହିଁ । କେତେକ ଟାଙ୍କିରେ ପେଟ୍ରୋଲ ମଳିଲେ କେଉଁଠି ଡିଜେଲ ମିଳୁଛି । ଏକକାଳୀନ ଉଭୟ ମିଳିବା ସମ୍ଭବପର ହୋଇ ପାରୁନାହିଁ । ଏଥିପାଇଁ ଲୋକଙ୍କ ମନରେ ଭୟ ସଞ୍ଚାର ହେଉଛି । ଶ୍ରୀଲଙ୍କା ଓ ପାକିସ୍ତାନ ଅବସ୍ଥା ଭାରତକୁ ଭୋଗିବାକୁ ହେବନାହିଁ ତ? ପେଟ୍ରୋଲ ଡିଜେଲ ଅଭାବ ପାଇଁ ଜଗତସିଂହପୁର ଜିଲ୍ଲାପାଳ ଧ୍ୟାନଦେବାକୁ ସାଧାରଣରେ ଦାବିହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ