ଜଗତସିଂହପୁର ଜିଲ୍ଲାରେ ବାଇକ ଚୋର ସକ୍ରୀୟ
ଜଗତସିଂହପୁର, (ଅନସୂୟା ରାଉତ) :-ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବାଇକ ଚୋର ସକ୍ରୀୟ ଅଛନ୍ତି । ଜଗତସିଂହପୁର ଟାଉନ ଅଞ୍ଚଳରେ ଏକ ମାସଭିତରେ ପାଖାପାଖି ଦଶଗୋଟି ବାଇକ ଚୋରୀ ହେବାର ନଜରକୁ ଆସିଲାଣି । ସିସି କ୍ୟାମେରା ଥାଇ ମଧ୍ୟ ଚୋର କୌଶଳସହିତ ବାଇକ ନେଇ ଯାଉଛନ୍ତି ।ଏବେ ଜଗତସିଂହପୁର ହାଟବଜାରଛକରୁ ଜଣେ ଦୁର୍ବୁତ୍ତ ଦିବାଲୋକରେ କ୍ୟାମେରାକୁ ପଛକରି ବିନା ମାକ୍ସରେ ବାଇକ ନେବା ଦୃଶ୍ୟ ଅତ୍ୟନ୍ତ ହତବାକ ସୃଷ୍ଟି କରିଛି । ଯାହାକି ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି। ସେହିପରି ମେଡିକାଲ ଭିତର ଓ ପାଖ ଗ୍ୟାରେଜରୁ ପ୍ରତି ସପ୍ତାହରେ ଦୁଇ ତିନୋଟି ବାଇକ ଚୋରୀ ହେବାର ଦେଖିବାକୁ ମିଳିଛି । ଏହି ବାଇକ ଚୋର ରାକେଟକୁ ଧରିବାକୁ ପୋଲିସ ଜାଲ ବିଛାଇ ଥିଲେ ମଧ୍ୟ ସଫଳ ହୋଇନାହଁ । ଅତୀତରେ ଜଗତସିଂହପୁର ପୋଲିସ କେବଳ ଚୋରା ବାଇକ ବିଭିନ୍ନ ସ୍ଥାନରୁ ଉଦ୍ଧାର କରି ଫେରାଇ ଥିବାରୁ ଆଜି ମଧ୍ୟ ବାଇକ ହରାଇ ଥିବା ବ୍ୟକ୍ତି ବିଶେଷ ବାଇକ ଫେରି ଆସିବ ବୋଲି ଆଶା ରଖିଛନ୍ତି ।


