ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳନ
ଜଗତସିଂହପୁର (ଅନସୂୟା ରାଉତ) ଆଜି ସାରା ଦେଶରେ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର, ସରକାରୀ କାର୍ଯ୍ୟାଳୟ, ବିଭିନ୍ନ ଏନ୍ ଜିଓ ବିଭିନ୍ନ ଯୁବକ ସଂଘ ପ୍ରଭୃତି ସ୍ଥାନରେ ଆଡମ୍ବର ଓ କୋଭିଡ୍ କଟକଣା ମଧ୍ୟରେ ଏହି ଆତ୍ମ ଗର୍ବର ଦିବସକୁ ପାଳନ କରାଯାଇଛି। ଆଜି ସମଗ୍ର ଦେଶରେ ତ୍ରିରଙ୍ଗା ପତାକା ଫୁରୁ ଫୁରୁ ହୋଇ ଉଡୁଥିବା ଦେଖି ବାକୁ ମିଳିଛି। ଦେଶକୁ ସ୍ୱାଧୀନ କରି ଥିବା ମହାପୁରୁଷଙ୍କ ନାମରେ ଜୟଗାନ ଅଗଣିତ ଭାରତୀୟ ମାନଙ୍କ ମନରେ ଆନନ୍ଦ ସୃଷ୍ଟି କରିଛି। ବିଦେଶୀ ମାନଙ୍କ ଅତ୍ଯାଚାର କଥା ଭାବିଲେ ନିଜକୁ ଧିକ୍କାର ଲାଗୁଛି। ଏହି ଦିବସକୁ ସାରା ଦେଶରେ ପର୍ବ ଭାବେ ପାଳନ କରିବାକୁ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏହି ପବିତ୍ର ସ୍ବାଧୀନତା ଦିବସକୁ କେବଳ ଶିକ୍ଷା ଅନୁଷ୍ଠାନ ,ସରକାରୀ କାର୍ଯ୍ୟାଳୟ, ଓ ସ୍ବେଚ୍ଛା ସେବି ଅନୁଷ୍ଠାନରେ ସିମୀତ ନ ରଖିଏହାକୁ ପର୍ବ ଭାବରେ ପାଳନ କରାଗଲେ ଅତ୍ଯନ୍ତ ସୁନ୍ଦର ଦେଶ ପ୍ରୀତି ବୃଦ୍ଧି ପାଇବ ବୋଲି ସାଧାରଣରେ ଆଲୋଚନା ହେଉଛି ।