ଜଗତସିଂହପୁର ଜିଲ୍ଲାରେ ଭାରତ ବନ୍ଦ୍ ର ଆଶିଂକ ପ୍ରଭାବ

ଜଗତସିଂହପୁର, (ଅନସୂୟା ରାଉତ):କେନ୍ଦ୍ରସରକାରଙ୍କ କୃଷି ଆଇନିକୁ ବିରୋଧ କରି ଆଜିସରା ଦେଶରେ ବିଭିନ୍ନ ସଂଗଠନ ତରଫରୁ ଭାରତ ବନ୍ଦ୍ କରାଯାଇଥିଲା । ଜଗତସିଂହପୁର ଜିଲ୍ଲାରେ ଏହି ଆନ୍ଦୋଳନ ଆଶିଂକ ପ୍ରଭାବ ପକାଇଥିଲା । ବସ୍ ଷ୍ଟାଣ୍ଡ, ଗାନ୍ଧୀ ଛକ, ଡିହସାହି ବଜାର, ବାଲିକୁଦା ପ୍ରଭୃତି ସ୍ଥାନରେ ବିଭିନ୍ନ ସଂଗଠନ ତରଫରୁ ଶାନ୍ତି ପୂର୍ଣ୍ଣ ଭାବରେ ବନ୍ଦ୍ ଡାକରା କରାଯାଇଛି । କେନ୍ଦ୍ର ସରକାରଙ୍କ ବିରୋଧରେ ଦୀର୍ଘଦିନ ଧରି କୃଷକମାନେ ଆନ୍ଦୋଳନ ଆରମ୍ଭ କରିଥିଲେ । କେନ୍ଦ୍ର ସରକାର କୃଷକ ମାନଙ୍କୁ ବିଭିନ୍ନ ପ୍ରକାରର ପ୍ରସ୍ତାବ ଦେଇଥିଲେ । ହେଲେ ଆନ୍ଦୋଳନ କାରୀ କୃଷକ ସଂଗଠନ ସେ ପ୍ରସ୍ତାବ ପ୍ରତ୍ଯାଖ୍ଯାନ କରିଥିଲେ । ମୋଟା ମୋଟି ଭାବେ ଆଜିର ଆନ୍ଦୋଳନ ଏକ ପ୍ରକାର ସଫଳ ହୋଇଥିବା ସାଧାରଣରେ ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ