ଜଗତସିଂହପୁର ଜିଲ୍ଲାରେ ଭାରତ ବନ୍ଦ୍ ସଫଳ

ଜଗତସିଂହପୁର, (ଅନସୂୟା ରାଉତ):ଆଜି ସର୍ବ ଭାରତୀୟ ସ୍ତରରେ ବ୍ୟବସାୟୀ ମହାସଂଘ ଜି ଏସ୍ ଟିକୁ ବିରୋଧରେ ଭାରତ ବନ୍ଦ୍ ଡାକରା ଦେଇଥିଲା। ସେହି କାରଣରୁ ଜଗତସିଂହପୁର ବ୍ୟବସାୟୀ ସଂଘ ପକ୍ଷରୁ ଜଗତସିଂହପୁର ବଜାର ବନ୍ଦ କରି ଆନ୍ଦୋଳନକୁ ସଫଳ କରିଛନ୍ତି।ଫଳରେ ଅତ୍ୟାବଶ୍ୟକ ସେବା ପ୍ରଦାନ କାରି ବ୍ୟବସାୟୀ ପ୍ରତିଷ୍ଠାନକୁ ବାଦ୍ ଦେଇ ପ୍ରାୟତ ଅନ୍ୟ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ ବନ୍ଦ୍ ରହିଥିବା ସୂଚନା ମିଳିଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଉପରେ ଲଗାଉ ଥିବା ଦ୍ରବ୍ୟ କର ଅସହ୍ୟ ହେଉଛି। ସେଥିପାଇଁ ଗ୍ରାହକଙ୍କ ଦ୍ରବ୍ୟ କ୍ରୟ ପାଇଁ ଆଗ୍ରହ ହ୍ରାସ ପାଉଛି। ଦରଦାମ ବୃଦ୍ଧି ହେତୁ ଭଲଭାବରେ ବେପାର ହେଉନାହିଁ। ଲୋକଙ୍କୁ ମାଗଣା ଚାଉଳ, ଡାଲି, ବିଭିନ୍ନ ପ୍ରକାରର ଆର୍ଥିକ ସହାୟତା ପ୍ରଦାନ କରି ସରକାର ରାଜକୋଷ ଖାଲି କରି ସାଧାରଣ ଖାଉଟିଙ୍କ ପାଇଁ ଦରଦାମ ବୃଦ୍ଧି କରୁଛନ୍ତି। ଫଳସ୍ବରୂପ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ହାତ ବାନ୍ଧି ବସିଛନ୍ତି। ଅନ୍ୟପକ୍ଷରେ ଦ୍ରବ୍ୟ କର ବୋଝ ବଢୁଛି। ଏପରି କାର୍ଯ୍ୟରୁ ଉଭୟ ସରକାର ନିବୃତ୍ତ ହେବାକୁ ବ୍ଯବସାୟୀ ମହାସଂଘ ଆଜି ଭାରତ ବନ୍ଦ କରି ସରକାରଙ୍କୁ ସୂଚିତ କରିବା କଥା କେତେକ ବ୍ୟବସାୟୀ ନାମ ଗୋପନ ରଖି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ