ଜଗତସିଂହପୁର ଜିଲ୍ଲାର ଏମ୍ପ୍ଲେମେଣ୍ଟ କାର୍ଯାଳୟର ପୁର୍ବତନ ବରିଷ୍ଠ କିରାଣୀ ତଥା ବରିଷ୍ଠ ସିନେ ତାରକା ରବିମିଶ୍ରଙ୍କ ପରଲୋକରେ ଜଗତସିଂହପୁର ଜିଲ୍ଲାରେ ଶୋକର ଛାୟା।

 

ଜଗତସିଂହପୁର, (ଅନସୂୟା ରାଉତ): ଆଜି ଜଗତସିଂହପୁର ଜିଲ୍ଲାର ଏମ୍ପ୍ଲେମେଣ୍ଟ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ତଥା ଓଡ଼ିଆ ସିନେମା ଜଗତର ବରିଷ୍ଠ କଳାକାର ରବିମିଶ୍ରଙ୍କର ପରଲୋକ ଘଟିଛି। ସ୍ବର୍ଗତ ମିଶ୍ର ଓଡ଼ିଆ ସିନେ ଜଗତରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଥିଲେ। ତାଙ୍କ ଅଭିନୀତ ଚଳଚିତ୍ର ଗୁଡିକରେ ସେ ହାସ୍ୟ ଅଭିନେତା ଭାବେ କାର୍ଯ୍ୟ କରୁଥିଲେ। କେତେବେଳେ ମଧ୍ୟ ଖଳନାୟକ ଭୂମିକାରେ ଅଭିନୟ କରୁଥିଲେ। ଛୋଟ ପରଦାରେ ପ୍ରସାରିତ ଗୋପାଳ ରହସ୍ୟର ସେ ଗୋପାଳ ଭୂମିକାରେ ଜୀବନ୍ତ ଅଭିନୟ କରୁଥିଲେ। ସ୍ବର୍ଗତ ମିଶ୍ର ଜଣେ ସରକାରୀ କିରାଣୀ ଚାକିରି କରିଥିଲେ। ସେ ପାଖାପାଖି ୪ବର୍ଷ ଜଗତସିଂହପୁର ନାମପଞ୍ଜିକରଣ କର୍ମନିଯୁକ୍ତି କାର୍ଯ୍ଯାଳୟରେ ଚାକିରୀ କରିବା ସହିତ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ। ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେଉଥିଲେ। ଆଜି ତାଙ୍କ ମୃତ୍ୟୁରେ ଜଗତସିଂହପୁର ଜିଲ୍ଲା ବାସୀ ଭାଙ୍ଗି ପଡିଛନ୍ତି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କ ପାଇଁ ଶୋକ ବ୍ୟକ୍ତ କରିବା ସହିତ ତାଙ୍କର ଅମର ଆତ୍ମାର ସଦ୍ ଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ