ଜଗତସିଂହପୁର ଜିଲ୍ଲା ଆଇନଜୀବୀ ସଂଘର ନିର୍ବାଚନ ପାଇଁ ବିଜେଡି ତରଫରୁ ପ୍ରାର୍ଥୀପତ୍ର ଦାଖଲ
ଜଗତସିଂହପୁର,(ଅନସୂୟା ରାଉତ): ଆଜି ଜଗତସିଂହପୁର ଜିଲ୍ଲାର ଆଇନଜୀବୀ ସଂଘର ଆଗାମୀ ଡିସେମ୍ବର ମାସରେ ହ଼େବାକୁ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ହୋଇଅଛି । ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ନନ୍ଦଙ୍କ ନିକଟରେ ପ୍ରାର୍ଥୀମାନେ ନିଜ ନିଜର ସମର୍ଥକ ମାନଙ୍କ ସହ ତାଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିଥିବା ସୂଚନା ମିଳିଛି । ବିଜେଡି ତରଫରୁ ନୂତନ ଭାବେ କଂଗ୍ରେସ ଛାଡିଥିବା ବରିଷ୍ଠ ନାମକରା ଆଇନଜୀବୀ ପ୍ରିୟବ୍ରତ ଶତପଥୀ ସଭାପତି ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସଂପାଦକ ପଦ ପାଇଁ ଆଇନଜୀବୀ ପରେଶ ଦାସ, ଉପ ସଭାପତି ପଦ ପାଇଁ ଆଇନଜୀବୀ ପ୍ରହଲ୍ଲାଦ ନାୟକ, ସହସଂପାଦକ ପଦ ପାଇଁ ଆଇନଜୀବୀ ଜ୍ଞାନରଞ୍ଜନ ମହାନ୍ତି ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଏମାନଙ୍କ ସହିତ ବରିଷ୍ଠ ଆଇନଜୀବୀ ଦୋଳ ଗୋବିନ୍ଦ ଦାଶ, ଆଇନଜୀବୀ କୃଷ୍ଣ ଚନ୍ଦ୍ର ଦାସ, ଆଇନଜୀବୀ ଚନ୍ଦ୍ର କାନ୍ତ ନାୟକ, ଆଇନଜୀବୀ ସରୋଜ କାନ୍ତ ବିଶ୍ବାଳ ଓ ଆଇନଜୀବୀ ଅଶୋକ କୁମାର ସ୍ବାଇଁ ପ୍ରମୁଖ ଯୋଗଦେଇ ନିଜ ନିଜର ପ୍ରାର୍ଥୀ ମାନଙ୍କ ସଠିକ କାଗଜପତ୍ର ଦାଖଲ କରିବାରେ ସାହାଯ୍ୟ କରିବା ସହିତ ସେମାନଙ୍କ ମନୋବଳ ବୃଦ୍ଧି କରିବାରେ ସାହାଯ୍ୟ କରିଥିଲେ ।