ଜଗତସିଂହପୁର ବନ୍ଦ୍ ଆଂଶିକ ସଫଳ

ଜଗତସିଂହପୁର, (ଅନସୂୟା ରାଉତ) :-ଆଜି ନବନିର୍ମାଣ କୃଷକ ସଂଗଠନ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପାଇଁ ୧୨ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇ ଥିଲେ । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପାଇଁ ରାଜ୍ୟ ସରକାରଙ୍କ ଢିଲା ଆଇନ ଶୃଙ୍ଖଳାକୁ ସିଧାସଳଖ ନିଷାଣ କରିଥିଲା ନବନିର୍ମାଣ କୃଷକ ସଂଗଠନ। ରାଜ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ଝିଅ ବୋହୁ ଅସୁରକ୍ଷିତ।ସବୁଠି ହତ୍ୟା ଓ ବଳାତ୍କାର । ସବୁଠାରେ ଶାସକ ଦଳର ହାତ ରହିଛି ବୋଲି ନବନିର୍ମାଣ କୃଷକ ସଂଗଠନ ନାରାବାଜି କରିଥିଲା । ତତ୍ ସହିତ ସାଧାରଣ ଲୋକଙ୍କ ଆସ୍ଥା ଓ ଭରସା ଲାଭକରିଛି । ଆଜି ରାଜ୍ୟ ସଂଯୋଜକ ଦୁର୍ଗାଚରଣ ସ୍ୱାଇଁ ମହୋଦୟଙ୍କ ନେତୃତ୍ୱରେ ସହସ୍ରାଧିକ ଚାଷୀ ଏକ ଶୋଭାଯାତ୍ରାରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଜଗତସିଂହପୁର ଡାକବଙ୍ଗଳା ଛକଠାରେ ସଂଗଠନର କର୍ମକର୍ତ୍ତାଗଣ ଧାରଣାରେ ବସିଥିଲେ । ଉଭୟ ପଟରୁ ଯାତାୟାତ କରୁଥିବା ଯାନବାହାନ ତଥା ସାଧାରଣ ଜନତା ଦୁଃଖ କଷ୍ଟ ଭୋଗୁଥିଲେ । ଜଗତସିଂହପୁର ଜିଲ୍ଲା ପ୍ରଶାସନ ସଜାଗ ଥିବାରୁ ଆଜିର ଓଡିଶା ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ