ଜଗତସିଂହପୁର ରେ ଉଦଘାଟିତ ହେଲା କୋଭିଡ୍-୧୯ ସ୍ୱାବ୍ ପରିକ୍ଷା ଯନ୍ତ୍ର
ପାରାଦ୍ୱୀପ, (ପୀତବାସ ପ୍ରଧାନ):ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍-୧୯ ବା କୋରୋନା ସଂକ୍ରମଣ ସ୍ୱାବ୍ ପରିକ୍ଷା ପାଇଁ ଟ୍ରନୁାଟ୍ ଓ ବାୟୋସେପ୍ଟି କ୍ୟାବିନେଟ୍ ଯନ୍ତ୍ର ସ୍ଥାପନ କରାଯାଇଛି । ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବୁଧବାର ଦିନ ଏହି ଯନ୍ତ୍ରକୁ ଉଦ୍ଘାଟନ କରିଥିôବା ବେଳେ ଜିଲ୍ଲା ଚିକିତ୍ସାଳୟ ମୁଖ୍ୟ ଡା. ବିଜୟ ପଣ୍ଡା, ଅତିରିକ୍ତ ଜିଲ୍ଳାପାଳ ବସନ୍ତ ବାରିକ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପୂର୍ବରୁ ଜିଲ୍ଲାରେ କୋଭିଡ୍-୧୯ ସ୍ୱାବ ପରିକ୍ଷା ସମୟ ସାପେକ୍ଷ ହେଉଥିôବା ବେଳେ, ଜଗତସିଂପୁରରେ ଏହି ପରିକ୍ଷା ଯନ୍ତ୍ର ସ୍ଥାପିତ ହେବା ପରେ କମ୍ ସମୟ ମଧ୍ୟରେ ପରିକ୍ଷା କରାଯାଇ ଏହାର ଫଳାଫଳ ମିଳିପାରିବ ବୋଲି ଜିଲ୍ଲାପାଳ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି । ସ୍ୱଚନା ଥାଉକି ଟ୍ରନୁାଟ୍ ସେମିନ୍ରେ ଗୋଟିଏ ଘଣ୍ଟାରେ ୨ଟି ସ୍ୱାବ୍ ଟେଷ୍ଟ କରାଯାଇପାରୁଥିବା ବେଳେ ବାୟୋସେପ୍ଟି କ୍ୟାବିନେଟ୍ ରେ ଘଣ୍ଟାକୁ ୪ଟି ପରିକ୍ଷା କରାଯାଇ ପାରିବ ।