ଜଗତ ଜନ୍ମର ଜୀବନ ଜନନୀ
ଜଗତ ଜନ୍ମର ଜୀବନ ଜନନୀ
ଯୁବକବି ✍︎ ଚ଼ନ୍ଦନ ବାଡ଼ତ୍ୟା
ମୃତ୍ୟୁ ପାଇଁ ଅନେକ ରାସ୍ତା ଅଛି କିନ୍ତୁ ଜନ୍ମ ପାଇଁ କେବଳ “ମାଆ” । ସେହି ଜନ୍ମ ପାଇଁ ଗୋଟେ ମାଆ କେତେ କଷ୍ଟ କରି ଦଶମାସ ଦଶଦିନ ତା’ର ଉଦର ଭିତରେ ସାଇତି ରଖିଥାଏ ଓ ତା’ର ଖୁସି ର ଆଲୋକ ସହ ଦୁନିଆ ଆଲୋକ କୁ ଜୋଡି ଦେଇ ସନ୍ତାନ ମୁହଁରେ ଖୁସିର ଆଲୋକ ଢାଳିଦେଇ ଜନ୍ମ ଦେଇଥାଏ । ସେ ହେଉଛି ମାଆ ର ଅପାର ଖୁସିର ପ୍ରକୃତ ମୁକ୍ତା ବା ସନ୍ତାନ ଉପରେ ତାର ଭଲପାଇବା । ସେ ଭଲ ପାଇବାକୁ ନିବିଡ ରଖିବା ପାଇଁ ସେ ମାଆ ସନ୍ତାନ ଉପରେ ଆସୁଥିବା ପ୍ରତ୍ୟେକ ଦୁଃଖକଷ୍ଟର ଆଘାତକୁ ସେ ନିଜ ଉପରେ ଓଜାଡିଦିଏ । ଏ ସଂସାରର ସନ୍ତାନ ବୁଝେ ନାହିଁ ମାଆ ର ସେ ଦୁଃଖକୁ କିନ୍ତୁ ମାଆ କେବେବି ଦୁଃଖ କରେ ନାହିଁ କାରଣ ତା ସନ୍ତାନ ତା ପାଖରେ ଅଛି । ଯେବେ ତା’ର ସନ୍ତାନ ତାକୁ ପର କରିଦେଇ ଛାଡ଼ିଦେଇ ଚାଲିଯାଏ ଓ ତାକୁ ଏକୁଟିଆ କରିଦିଏ ମାଆର ସେତେବେଳେ ଦୁଃଖ ହିଁ ପ୍ରକୃତ ଦୁଃଖ ହୋଇଥାଏ କିନ୍ତୁ ଚାହିଁ ରହିଥାଏ ସନ୍ତାନର ଫେରବା ରାସ୍ତା କୁ କାଳେ ତା ସନ୍ତାନ ଫେରି ଆସିବ ମାଆ ବୋଲି ଡାକିଦେବା । ଏ ହେଉଛି ମାଆ ର ଅତୁଳନୀୟ ଭଲପାଇବା ସନ୍ତାନ ଉପରେ ।
” ମରଣ ପାଞ୍ଚିଦିଏ ଅନେକ ରାସ୍ତା
ଜଗତେ ଜୀବନ ସ୍ତରେ
ଜନମ ପରାଣେ ମାଆ ହିଁ ଭରସା
ତାକୁ କେହି ହେବ ସରେ “
ନୂଆପେଣ୍ଠ , ଆମ୍ବଗାଁ (ଗଞ୍ଜାମ)
ମୋ -୭୭୩୫୦୭୯୬୩୮