ଜଗତ ଜୀବନ

ଜଗତ କରତା
ସର୍ବ ପିତାମାତା
ଜଗତ ଜୀବନ ହରି,
ଜଗତ ଯାତନା
ହରି ସୁଖ ଦିଅ
ଜଗତ କରେ ଗୁହାରୀ ।

ଜନମ ଦିନରୁ
ଯେତେ କର୍ମ କରୁ
ତୁମ ନାମ ତୁଣ୍ଡେ ଧରି,
ସର୍ବ ଅମଙ୍ଗଳ
ଦୋଷାଦୋଷ ହର
ମଙ୍ଗଳ ପ୍ରଦାନକାରୀ ।

କିଛି କର୍ମଫଳ
ମିଳଇ ସଅଳ
କିଛି ଫଳ ହୁଏ ଡେରି,
ଆଉ କିଛି କାର୍ଯ୍ଯ
ବିଫଳ ହୁଅଇ
କର୍ମକୁ ନିନ୍ଦେ ମୋହରି ।

ଏବେ କୁହ ପ୍ରଭୁ
ତୁଣ୍ଡରେ କାହିଁକି
ତୁମ ନାମ ଉଚ୍ଚାରିବି,
କିଛି କର୍ମ ଯେବେ
ଫଳ ନ ଫଳିଲେ
ମୋ ଭାଗ୍ଯକୁ ଦୋଷ ଦେବି ।

କର୍ମ ଫଳ ଦାତା
ହେ ଭାଗ୍ଯବିଧାତା
ଜଗତ ମଙ୍ଗଳକାରୀ,
କର୍ମ ଫଳ ବାଙ୍କ
କେବେ ସଳଖିବ
ଭାଗ୍ଯ ଦୋଷ ଦେବ ହରି ।
😌😌😌😌😌😌✍️
ଗଦଧର ସାହୁ, କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ