ଜଗତ ପ୍ରକାଶ ନଡ୍ଡା ଙ୍କୁ ଗୁରୁ ଦାଇତ୍ୱ

ବିଜେପିର କାର‌୍ୟ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି ଜଗତ ପ୍ରକାଶ ନଡ୍ଡା। ଦିଲ୍ଲୀରେ ସୋମବାର ବିଜେପି ସଂସଦୀୟ ବୋର୍ଡର ବୈଠକରେ ଏହି ନିଷ୍ପତି ନିଆଯାଇଛି। ସୋମବାର ବିଜେପିର ସଂସଦୀୟ ବୋର୍ଡ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ନଡ୍ଡାଙ୍କ ନାମରେ ସହମତି ପ୍ରକାଶ ପାଇଥିଲା। ଉଲ୍ଲେଖଯୋଗ୍ୟ ମୋଦୀ ସରକାରର ପ୍ରଥମ କାର‌୍ୟ୍ୟକାଳରେ ସ୍ଵାସ୍ଥ୍ୟ ମନ୍ତ୍ରୀ ଥିବା ଜେପି ନଡ୍ଡାଙ୍କୁ ଏଥର ସରକାରରେ ସାମିଲ କରାଯାଇନଥିଲା। ଏହା ପରେ ତାଙ୍କୁ ପାର୍ଟିରେ ବଡ଼ ଦାୟିତ୍ଵ ଦିଆଯିବାର ସମ୍ଭାବନା ଅଧିକ ଥିଲା। ସୂଚନା ମୁତାବକ ଅମିତ୍ ଶାହା ଆଗାମୀ ୬ ମାସ ପର‌୍ୟ୍ୟନ୍ତ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ରହିବେ। ତାଙ୍କର ମାର୍ଗଦର୍ଶନରେ ଜେପି ନଡ୍ଡା କାମ ସମ୍ଭାଳିବେ। ସଂସଦୀୟ ବୋର୍ଡର ନିଷ୍ପତି କ୍ରମେ ଜେପି ନଡ୍ଡାଙ୍କୁ କାର‌୍ୟ୍ୟକାରୀ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ