ଜଗଦଗୁରୁ ଶ୍ରୀ ପ୍ରଭୁପାଦଙ୍କ ୮୩ତମ ବାର୍ଷିକ ବିରହ ମହୋତ୍ସବ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁର ହରଡାଖଣ୍ଡିରୋଡସ୍ଥିତ ଶ୍ରୀ ଭକ୍ତି ବିନୋଦ ଆଶ୍ରମଠାରେ ମଠ ରକ୍ଷକ ତ୍ରିଦଣ୍ଡି ସ୍ୱାମୀ ଭକ୍ତି କୁଶଳ ତ୍ରିବିକ୍ରମ ମହାରାଜଙ୍କ ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀ ଚୈତନ୍ୟ ମଠ ଓ ଶ୍ରୀ ଗୌଡୟ ମଠ ସମୂହର ପ୍ରତିଷ୍ଠାତା ଆଚାର‌୍ୟ୍ୟ ଭାସ୍କର ନିତ୍ୟଲୀଳା ପ୍ରବିଷ୍ଟ ଜଗଦଗୁରୁ ଓଁ ବିଷ୍ଣୁପାଦ ୧୦୮ଶ୍ରୀ ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ଠାକୁର ପ୍ରଭୁପାଦଙ୍କ ୮୩ତମ ବିରହ ମହୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମହୋତ୍ସବରେ ବିଶ୍ୱେ ଶ୍ରୀକୃଷ୍ଣ ଚୈତନ୍ୟ ମିଶନର ପ୍ରତିଷ୍ଠାତା ଆଚାର୍ଯ୍ୟ ଓ ଅଧ୍ୟକ୍ଷ ନିତ୍ୟଲୀଳା ପ୍ରବିଷ୍ଟ ଗୌରକୃପା ଶ୍ରୀମୁର୍ତ୍ତି ପରମହଂସ କୁଳଚୁଡାମଣି ଓଁ ବିଷ୍ଣୁପାଦ ୧୦୮ ଶ୍ରୀ ଶ୍ରୀମଦ. ଭକ୍ତି ବୈଭବ ପୁରୀ ଗୋସ୍ୱାମୀ ମହାରାଜଙ୍କ ଆନୁଗତ୍ୟ କରିଥିଲେ । ପୌଷ କୃଷ୍ଣ ପଞ୍ଚମୀ ଅବସରରେ ପୂର୍ବାହ୍ନ ମଙ୍ଗଳ ଆରତୀ ତୁଳସୀ ଓ ଶ୍ରୀମନ୍ଦିର ପରିକ୍ରମା ମହାଜନ ପଦାବଳି କୀର୍ତ୍ତନ ଗୀତାପାଠ ଶ୍ରୀମଦ ଭାଗବତ ପାଠ ଆଦି କରାଯାଇଥିଲା । ଉକ୍ତ ଉତ୍ସବରେ ମିଶନ ର ବହୁ ସନ୍ୟାସୀ ବୃନ୍ଦ ଯଥା ଶ୍ରୀ ଭକ୍ତି କେବଳ ହୃଷିକେଶ ମହାରାଜ, ଭକ୍ତି ପ୍ରକାଶ ପରିବ୍ରାଜକ ମହାରାଜ, ଆଶ୍ରମ ମହାରାଜ, ଯାଯାବର ମହାରାଜ, ସଜ୍ଜନ ମହାରାଜ, ଭାଗବତ ମହାରାଜ, ଶାନ୍ତ ମହାରାଜ, ସନ୍ଥ ମହାରାଜ,ପରମହଂସ ମହାରାଜ, ପରମାର୍ଥୀ ମହାରାଜ ଏବଂ ବହୁ ବ୍ରହ୍ମଚାରୀ ଓ ଭକ୍ତ ବୃନ୍ଦ ଯୋଗଦାନ କରି ଶ୍ରୀଳ ପ୍ରଭୁପାଦଙ୍କ ଗୁଣାବଳି ପୃଥକ ପୃଥକ ଆଲୋଚନା କରିଥିଲେ । ମଧ୍ୟାହ୍ନ ଭୋଗ ଆରତୀ ପରେ ଉପସ୍ଥିତ ୪୦୦୦ରୁ ଉର୍ଦ୍ଧ ଭକ୍ତଙ୍କୁ ଚତୁର୍ବଧରସ ସମନ୍ଵତ ଶ୍ରୀ ରାଧା ବିନୋଦ ବିହାରୀଙ୍କର ବିଚିତ୍ର ମହାପ୍ରସାଦ ବିତରଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ