ଜଗଦମ୍ବା ସରସ୍ୱତୀଙ୍କ ୫୭ ତମ ସ୍ମୃତି ଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଦ୍ୟାଳୟ ତରଫରୁ ଶୁକ୍ରବାର ଜଗଦମ୍ବା ସରସ୍ୱତୀ (ମମ୍ମା)ଙ୍କ ୫୭ ତମ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ମମ୍ମାଙ୍କ ସ୍ମୃତି ଚାରଣ କରିଥିଲେ । ରାଜସ୍ଥାନର ମାଉଣ୍ଡଆବୁ ରୁ ବ୍ରହ୍ମାକୁମାର ବିନୋଦ କୁମାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯଜ୍ଞ ପ୍ରତି ଏବଂ ସ୍ୃଷ୍ଠିର ନବ ନିର୍ମାଣ ନିମନ୍ତେ ଜଗଦମ୍ବାଙ୍କ ଅବିସ୍ମରଣୀୟ ଅବଦାନ ଉପରେ ଆଲୋକପାତ କରିଥିଲେ । ଏହି ସମ୍ମିଳନୀରେ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ବହୁ ସଦସ୍ୟ ଓ ଭାଇ ଭଉଣୀ ମାନେ ଯୋଗ ଦେଇ ମମ୍ମାଙ୍କ ସ୍ମୃତି ଚାରଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଛତ୍ରପୁର ଶାନ୍ତି ଅନୁଭୂତି ଭବନର ମୁଖ୍ୟ ସଂଚାଳିକା ବ୍ରହ୍ମାକୁମାରୀ ବିଜୟଲକ୍ଷ୍ମୀ ପରିଚାଳନା କରିଥିଲେ ।


