ଜଗଦଳପୁର ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କୁ ନମୁନା ପ୍ରଶ୍ନପତ୍ର ପରୀକ୍ଷା ଦର୍ପଣ ବଣ୍ଟନ

ଆସିକା, (ୱାଇଏନ୍‍ଏସ୍‍):ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‍ ପରୀକ୍ଷା ୨୦୨୫ ଏବଂ ମୁକ୍ତ ବିଦ୍ୟାଳୟ ପରୀକ୍ଷା ୨୦୨୫ ଆସନ୍ତା ୨୧ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ସହାୟତା ଦେବା ନିମନ୍ତେ ବିଦ୍ୟାଳୟ ଓ ଗଣଶିିକ୍ଷା ବିଭାଗ ଏବଂ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓ ମାଧ୍ୟମିକ ଶିକ୍ଷା ପରିଷଦର ମିଳିତ ସହଯୋଗରେ ପ୍ରସ୍ତୁତ ହୋଇଥିବା ନମୁନା ପ୍ରଶ୍ନପତ୍ର ପରୀକ୍ଷା ଦର୍ପଣ ୨୦୨୫ କୁ ବଣ୍ଟନ କାର୍ଯ୍ୟକ୍ରମ ଶିକ୍ଷାବିଭାଗ ପକ୍ଷରୁ ଜାରି ରହିଥିବା ଜଣାପଡିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତି ଓ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା, ଭଂଜ ବେହେରା, ଶିବରାମ ବେହେରାଙ୍କ ପରାମର୍ଶକ୍ରମେ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡା ପରିସରରେ ନମୁନା ପ୍ରଶ୍ନପତ୍ର ପରୀକ୍ଷା ଦର୍ପଣ ଫୋକସ୍‍ ଗ୍ରୁପର ୪୦ ଜଣ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିବା ଜଣାପଡିଛି । ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ନମୁନା ପ୍ରଶ୍ନପତ୍ର ପରୀକ୍ଷା ଦର୍ପଣ ବଣ୍ଟନ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷକ ସୁଶିଲ୍‍ ମୋହନ ପାତ୍ର, ଜି.ଆନନ୍ଦ ପାତ୍ର, ଶ୍ରୀମତୀ ସୁନିତା ପରିଚ୍ଛା, ଶ୍ରୀମତୀ ଇଶ୍ୱରୀ ମହାପାତ୍ର, ସୁଶ୍ରୀ ସନ୍ଧ୍ୟାରାଣୀ ବେହେରା, ଶ୍ରୀମତୀ ମନ୍ଦାକିନୀ ପ୍ରଧାନ ପ୍ରମୁଖ ଯୋଗଦେଇ ମାଟ୍ରିକ ପରୀକ୍ଷାର୍ଥୀମାନଙ୍କ ସଫଳତା କାମନା କରିବା ସାଙ୍ଗକୁ ବିଷୟାଗତ ଜଟିଳତାକୁ ଛାତ୍ରଛାତ୍ରୀମାନେ କିଭଳି ସହଜ ଓ ସରଳ ଭାବେ ବୁଝିପାରିବେ ତାହାରି ଉପରେ ମାର୍ଗଦର୍ଶନ କରିଥିବା ଲକ୍ଷ୍ୟ କରାଯାଇଥିଲା । ନମୁନା ପ୍ରଶ୍ନପତ୍ର ପରୀକ୍ଷା ଦର୍ପଣକୁ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତାରେ ପୂର୍ଣ୍ଣ ଉପଯୋଗ କରିପାରିବେ ବୋଲି ପରାମର୍ଶ ବି ଦିଆଯାଇଥିଲା । ଏହି ନମୁନା ପ୍ରଶ୍ନପତ୍ର ପରୀକ୍ଷା ଦର୍ପଣ ମାଟ୍ରିକ ପରୀକ୍ଷାର୍ଥୀଙ୍କ ସଫଳତା ଦିଗରେ ବିଶେଷ ସହାୟକ ହୋଇପାରିବ ବୋଲି ସଚେତନ ନାଗରିକ, ବୁଦ୍ଧିଜିବୀ ଓ ଅଭିଭାବକଙ୍କ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଛାତ୍ରଛାତ୍ରୀମାନେ ମାଟ୍ରିକ ପରୀକ୍ଷାରେ ଭଲ ଫଳ ପ୍ରଦର୍ଶନ କରିବା ପାଇଁ ଶିକ୍ଷାବିଭାଗ ପକ୍ଷରୁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଥିବା ବେଳେ ଶିକ୍ଷାବିଭାଗର ଏହିି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ