ଜଗନଙ୍କ ତିନି ରାଜଧାନୀ ପ୍ରସ୍ତାବକୁ ଝଟ୍‌କା

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡି ସରକାରଙ୍କୁ ଝଟ୍‌କା ଲାଗିଛି। ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘ତିନି ରାଜଧାନୀ ଫର୍ମୁଲା’ ପ୍ରସ୍ତାବକୁ ବିରୋଧୀ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ବିଧାନ ପରିଷଦରେ ରୋକ୍‌ ଲଗାଇଛି। ରାଜ୍ୟ ବିଧାନ ପରିଷଦରେ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ପାଖରେ ବହୁମତ ରହିଛି। ୫୮ ସଦସ୍ୟ ବିଶିଷ୍ଟ ବିଧାନ ପରିଷଦରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାଖରେ ମାତ୍ର ୯ ଜଣ ରହିଛନ୍ତି। ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ତିନି ରାଜଧାନୀ ଫର୍ମୁଲାକୁ ଏବେ ସିଲେକ୍ଟ କମିଟି ପାଖକୁ ପଠାଇବା ନେଇ ଦାବି କରିଛି। ଏହାସହିତ ସମ୍ପୂର୍ଣ୍ଣ ମାମଲାକୁ କୋର୍ଟରେ ଚ୍ୟାଲେଞ୍ଜ କରିବା ନେଇ ପ୍ରସ୍ତୁତି ଚଳାଇଛି ଟିଡିପି। ସୂଚନାଯୋଗ୍ୟ, ସୋମବାର ଆନ୍ଧ୍ରପ୍ରଦେଶ କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ଆନ୍ଧ୍ର ପ୍ରଦେଶର ତିନି ରାଜଧାନୀ ରହିବ। ଆନ୍ଧ୍ରପ୍ରଦେଶର ରାଜଧାନୀ ଭାବରେ କର୍ଣ୍ଣୁଲ, ବିଶାଖାପାଟଣା ଓ ଅମରାବତୀକୁ ସାମିଲ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ