ଜଗନ୍ନାଥଙ୍କର ନାଗାର୍ଜ୍ଜୁନ ବେଶ ନିର୍ମାଣ କଲେ ଶିଳ୍ପୀ ନିରୁପମା

ବନ୍ତ,(ଚାନ୍ଦିନୀ ମହାନ୍ତି) : ୨୫ ବର୍ଷ ପରେ ଚଳିତ ବର୍ଷ ଜଗନ୍ନାଥଙ୍କର ଦୁଲର୍ଭ ନାଗାର୍ଜ୍ଜୁନ ବେଶ ପଡିଥିବା ବେଳେ କୋଭିଡ୍ କଟକଣା ପାଇଁ ଭକ୍ତ ମାନଙ୍କର ଦର୍ଶନ ବନ୍ଦ ରହିଛି । ଏପରିପେକ୍ଷୀରେ ବନ୍ତ ବ୍ଲକ ଆଗରପଡା ଥାନା ଅଧିନ ବିଟିପୁର ଗ୍ରାମର ଟେରାକୋଟା ଶିଳ୍ପୀ ପଦ୍ମନାଭଙ୍କ ଧର୍ମପତ୍ନୀ ନିରୁପମା ସାହୁ ଜଗନ୍ନାଥଙ୍କର ଦୁର୍ଲଭ ନାଗାର୍ଜ୍ଜୁନ ବେଶ ନିର୍ମାଣ କରିି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଟେରାକୋଟା ଶୈଳୀରେ ୧୬ ପ୍ରକାରର ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରି ଏହି ମୂର୍ତ୍ତି ସେ ନିର୍ମାଣ କରିଛନ୍ତି । ଏଥିସହ ଏହି ମୂର୍ତ୍ତି ତିଆରିରେ ହାଣ୍ଡିଆ, ନାଗାଫୁଲ, ନାଗାତାଟି, ଜେଣୁ, ବଜ୍ରଘଣ୍ଟି, ନାକୁଆସି, ହରିଡାମାଳି, ଓଳମାଳୀ, ଢାଲ, ଖଣ୍ଡା, ହସ୍ତପାଦ, ବାଘନଖ ମାଳି, କଟୁରୀ, ଦାଢୀ, ଶଂଖ ଚକ୍ର, ଏରାପର ଆଦି ସାମଗ୍ରୀ ବ୍ୟବହୃତ ହୋଇଛି । ପ୍ରକାଶ ଥାଉକି, ଏଥିପୂର୍ବରୁ ଶ୍ରୀମତୀ ସାହୁ କରୋନା ନାଶିନୀ ଦୁର୍ଗା, ମତ୍ସ୍ୟ କନ୍ୟା, ନାଗକନ୍ୟା, ଜଗନ୍ନାଥଙ୍କର ବିଭିନ୍ନ ପ୍ରତିମା ନିର୍ମାଣ କରି ବିଭିନ୍ନ ଅନୁଷ୍ଠାନରୁ ପୁରସ୍କୃତ ହୋଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ