ଜଗନ୍ନାଥଙ୍କ ଆଜ୍ଞାମାଳରେ ଆରମ୍ଭ ହେଲା କଣ୍ଟାପୀଡାଯାତ୍ରା
ସୋରଡା, (ରଜନୀକାନ୍ତ ମହାପାତ୍ର):ପ୍ରତିବର୍ଷ ଭାଦ୍ରବ ଶୁକ୍ଲ ଦ୍ଵାଦଶୀ ତିଥିରେ ଆରମ୍ଭ ହୁଏ ସୋରଡା ଅଞ୍ଚଳର ଅଧିଷ୍ଠାତ୍ରୀଦେବୀ ମାଁକନ୍ଧୁଣିଦେବୀଙ୍କ କଣ୍ଟାପୀଡାଯାତ୍ରା।ଚଳିତବର୍ଷମଧ୍ୟଏହିତିଥିରେଆରମ୍ଭ ହୋଇଛି କଣ୍ଟାପୀଡାଯାତ୍ରା।ଯାତ୍ରାର ପ୍ରଥମଦିନରେ ପାଳିତହୁଏବାଲିଯାତ୍ରା ବାଲିଯାତ୍ରାକୁନେଇ ଯେମିତି ଅଲୌକିକ କଥା ରହିଛି ସେହିପରି ଏହାର ମାହାତ୍ମ୍ୟ ମଧ୍ୟ ରହିଥିବା ପ୍ରତିବର୍ଷ ଏଠାକାର ବାସିନ୍ଦା ଦେଖିଥାନ୍ତି ଯାହା ମାଁକନ୍ଧୁଣିଦେବୀଙ୍କ ସହର ଉପରେ କୃପାଥିବା ସ୍ପଷ୍ଟ ପ୍ରମାଣିତହେଇଥାଏ।ମାଁକନ୍ଧୁଣିଦେବୀଙ୍କ ଏହି କଣ୍ଟାପୀଡାଯାତ୍ରା ସୋରଡାରେ ବିରାଜିତ ପ୍ରଭୁଜଗନ୍ନାଥଙ୍କ ଆଜ୍ଞାମାଳ ନେଇ ଆରମ୍ଭ ହେବା ସହ ଯାତ୍ରାର ଅନ୍ତିମ ଦିନରେ ମାଁକନ୍ଧୁଣି କଣ୍ଟାପୀଡାଉପରେ ବସି ଝୁଲିବା ପୂର୍ବରୁ ପ୍ରଭୁଜଗନ୍ନାଥଙ୍କ ଆଜ୍ଞାମାଳ ନେଇ କଣ୍ଟାଦୋଳିରେ ବିଜେହୋଇଥାନ୍ତି।ତେଣୁ ଏହି ଯାତ୍ରା ପ୍ରଭୁଜଗନ୍ନାଥଙ୍କ ଆଜ୍ଞାମାଳରେ ଆରମ୍ଭ ଓ ଆଜ୍ଞାମାଳରେ ଶେଷହୋଇଥାଏ।ଯାତ୍ରାର ପ୍ରଥମ ଦିନରେ ବାଲିଯାତ୍ରାଅନୁଷ୍ଠିତହୋଇଥାଏ।ଏହି ଦିନମାଁଙ୍କମନ୍ଦିରରେ ଦେହୁରି ସେବାୟତମାନେ ଦୁଇଟି ନୂଆତାଟଧରି ଜଗନ୍ନାଥଙ୍କ ମନ୍ଦିରରେପହଞ୍ଚନ୍ତି।ପ୍ରଭୁଜଗନ୍ନାଥଙ୍କ ନିକଟରେ ଯାତ୍ରାପାଇଁ ଅନୁମତିପାଇଁ ଗୁହାରି କରିବାସହ ଆଜ୍ଞାମାଳ ପାଇଁ ନିବେଦନ କରନ୍ତି ଏହାପରେ ପୂଜାପଣ୍ଡା ପ୍ରଭୁଜଗନ୍ନାଥଙ୍କ ପାଖରେ ଯାତ୍ରାର ମଙ୍ଗଳକାମନା କରିବା ସହ ଆଜ୍ଞାମାଳ ନେଇ ଦେହୁରିମାନେ ଆଣିଥିବା ନୂଆତାଟରେ ବିଜେକରାଇଥାନ୍ତି।ଏହାପରେଆରମ୍ଭହୁଏବାଲିଯାତ୍ରା।ଢୋଲ,ମହୁରି,କାହାଳି,ଘଣ୍ଟ,ତାଳର ୧୬ କାଠି ବାଦ୍ୟରେ ବାଲିଆଣିବା ପାଇଁ ବଡପୁଞ୍ଜା କାଳିମନ୍ଦିରସାମନା ନଦୀବାଙ୍କକୁଯାଇଥାନ୍ତି ଏଠାରେ ଏକଗୁପ୍ତ ପୂଜାହୋଇଥାଏ ଯାହା ଦେହୁରି ସେବାୟତ ମାନେକରିଥାନ୍ତି।ସେବା ପୂଜାପରେ ନଦୀରୁ ଦୁଇଟିତାଟରେ ବାଲିଅଣାଯାଇଥାଏ।ଏହା ଏକ ଗୁପ୍ତପୂଜା ହୋଇଥିବାରୁ ଏହାଦେଖିବାପାଇଁ କାହାକୁ ମଧ୍ୟ ଅନୁମତି ନଥାଏ। ମାଁକନ୍ଧୁଣିଙ୍କୁ ପୂଜାକରିବାପରି ଏହିବାଲିକୁ ମଧ୍ୟଏକ ଅନ୍ଧାରକୋଠରି ମଧ୍ୟରେ ରଖିପୂଜାକରାଯାଏ।


