ଜଗନ୍ନାଥଙ୍କ ଆଶ୍ରୀବାଦ ଭିକ୍ଷା କଲେ ପ୍ରତାପ ,ଧର୍ମେନ୍ଦ୍ର ,ଅପରାଜିତା

କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀପଦ ରେ ସ୍ଥାନ ପାଇବା ପରେ ଆରାଧ୍ୟ ଦେବତା ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରତାପ ଷଡଙ୍ଗୀ ,ଓ ଧର୍ମେନ୍ଦ୍ର । ଗତକାଲି ନିରିହ ଓ ସରଳଜୀବନ ଯାପନ କରୁଥିବା ପ୍ରତାପ ଷଡଙ୍ଗୀଙ୍କୁ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ରାଷ୍ଟମନ୍ତ୍ରୀ ଭାବେ ସ୍ଥାନ ପାଇଥିବା ବେଳେ ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ ପାହ୍ୟା ମିଳିଥିଲା । ଗତକାଲି ଶପଥ ଗ୍ରହଣ ପରେ ଓଡିଶା ମାଟିର ପ୍ରତାପ ଓ ଧର୍ମେନ୍ଦ୍ର ଦିଲ୍ଲୀରେ ଅବସ୍ଥିତ ଥିବା ଜଗନ୍ନାଥ ମନ୍ଦିରରେ ପହଞ୍ଚି ଜଗନ୍ନାଥଙ୍କ ଆଶ୍ରିବାଦ ନେଇଛନ୍ତି । ସେହିଭଳି ଭୂବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଜଗନ୍ନାଥଙ୍କ ଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ