ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ମାନବିକତା ର ପରିଚୟ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ବାହାର ରାଜ୍ୟ ରୁ ବହୁତ ଲୋକ ପେଟ ପୋଷିବା ପାଇଁ ନିଜ ନିଜର ପରିବାର ସହିତ ଛୋଟ ଛୋଟ ବ୍ୟବସାୟ କରି କିଛି ପଇସା ପାଇବା ଆଶା ରେ ଓଡିଶା ଆସିଥିଲେ l କିନ୍ତୁ କରୋନା ଯୋଗୁଁ ଲକଡାଉନ୍ ରେ ସେହି ଗରିବ ଅସହାୟ ଲୋକେ ଫସିଯାଇଛନ୍ତି l ସେମାନେ ବର୍ତ୍ତମାନ ବହୁତ ଅସୁବିଧାରେ ଜୀବନ ଅତିବାହିତ କରୁଥିବାର ଦେଖିବାକୁ ମିଳିଛି ଏବଂ ଏହା କୁ ଦେଖି ବହୁ ସଂସ୍ଥା ଓ ବଦାନ୍ୟ ବ୍ୟକ୍ତି ସେମାନଙ୍କ ପାଇଁ ସହଯୋଗ ର ହାତ ବଢ଼ାଇଛନ୍ତି l ଏହି ପରି ଦୁଃଖଦ ସମୟରେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ମାନବିକତା ର ପରିଚୟ ଦେଇ ସେହି ବ୍ଲକ ର ବିଭିନ୍ନ ଗ୍ରାମକୁ ନିଜର କିଛି ଥାନା କର୍ମଚାରୀ ମାନଙ୍କ ସହିତ ଯାଇ ସମଦୂରତ୍ବ ରଖି ଅସହାୟ, ଗରିବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ଦାନ କରିବା ସହିତ ସେମାନଙ୍କୁ କରୋନା ଭଳି ମାରାତ୍ମକ ରୋଗରୁ ରକ୍ଷା ପାଇବା ପାଇଁ ସଚେତନତା ମଧ୍ୟ କରାଇଛନ୍ତି l ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ଙ୍କ ଏହି ଭଳି କାର୍ଯ୍ୟ କୁ ସ୍ଥାନୀୟ ଲୋକେ ବହୁତ ପ୍ରଶଂସା କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ