ଜଗନ୍ନାଥପ୍ରସାଦ ୱେବ ମିଡ଼ିଆ ସାମ୍ବାଦିକଙ୍କ ବୈଠକ

ଜଗନ୍ନାଥ ପ୍ରସାଦ, ( ସନ୍ତୋଷ କୁମାର ଜେନା): ଜଗନ୍ନାଥ ପ୍ରସାଦ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ୱେବ ମିଡିଆ ସମ୍ବାଦିକ ମାନଙ୍କ ଏକ ବୈଠକ ବରିଷ୍ଠ ସାମ୍ବାଦିକ ନିରାକାର ସାହୁଙ୍କ ପୈ।ରହିତ୍ୟରେ କଲ୍ୟାଣ ମଣ୍ଡପ ଠାରେ ପବିତ୍ର ରଥ ଯାତ୍ରା ଅବସରରେ ଅନୁଷ୍ଠିତ ହୋଇଯାଇଛି।ଏକତା,ଓ ସାମ୍ବାଦିକ ମାନଙ୍କ ସୁରକ୍ଷା, ସମ୍ପର୍କରେ ଆଲୋଚନା ହେବ ସହ,ଯେ କୌଣସି ସାମ୍ବାଦିକ ର ଖବର ସଂଗ୍ରହ ସମୟ ରେ ଅସୁବିଧା ର ସମ୍ମୁଖୀନ ହେଲେ ସମସ୍ତ ସାମ୍ବାଦିକ ସେଠାରେ ପହଂଚି ସାହାଯ୍ୟ ସହଯୋଗ କରିବେ,ପ୍ରତେକ ମାସର ଶେଷ ସପ୍ତାହ ରେ ବୈଠକ କରାଯିବ ନିଷ୍ପତ୍ତି ନିଆ ଯାଇଛି।ଆଗାମୀ ଦିନ ରେ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ୱେବ ମିଡ଼ିଆ ବନ୍ଧୁ ମାନଙ୍କୁ ଅନୁରୋଧ କରି ବୈଠକ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ୱେବ ମିଡ଼ିଆ ର ସାମ୍ବାଦିକ ନିରାକାର ସାହୁ,ପବିତ୍ର ପ୍ରସାଦ ମହାପାତ୍ର ,ପ୍ରିୟବ୍ରତ ନାୟକ, ମୃତ୍ୟୁଞ୍ଜୟ ପଣ୍ଡା, ସୂର୍ଯ୍ୟନାରାୟଣ ପଣ୍ଡା,ଓ ଚିତ୍ତରଞ୍ଜନ ଗନ୍ତ।ୟତ ପ୍ରମୁଖ ଆଜିର ବୈଠକ ରେ ଯୋଗ ଦେଇ ନିଜ ମତ ରଖିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ