ଜଗନ୍ନାଥ ଅନାଥ ଆଶ୍ରମର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ସଫଳତା ହାସଲ ନେଇ ଗଜପତି ଏଡିଏମ ଛାତ୍ରଛାତ୍ରୀଙ୍କୁ ମିଷ୍ଠାନ୍ନ ଖୁଆଇଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଅନାଥ ଛାତ୍ରଙ୍କ ସଫଳତା ଖୁସିରେ ସାମିଲ ହେଲେ ଜିଲ୍ଲା ପ୍ରଶାସନ । ପିଲାମାନେ ବାପାମାଁଙ୍କ ପାଖରେ ରହି ତାଙ୍କରି ତତ୍ୱାବିଧାନ ଓ ଟିଉସନ ଶିକ୍ଷ ନେଇ ମଧ୍ୟ ଅନେକ ପିଲା ପାଠପଢ଼ାରେ ସଫଳତା ପାଇନଥିବା ଅନେକ ନଜିର ରାହିଛି। ହେଲେ ଅନାଥ ଆଶ୍ରମରେ ନିଜ କ୍ୟାରିଅର ପ୍ରତି ସଜାଗରହି ନିଜଉଦ୍ୟମରେ ସଫଳତା ପାଇବା ତାହା ଏବେ ଉଦାହରଣ ପାଲଟିଛି ଗଜପତି ଜିଲ୍ଲା ଆର୍.ସୀତାପୁର ଗ୍ରାମରେ ଥିବା ଜଗନ୍ନାଥ ନିକେତନ ଅନାଥ ଆଶ୍ରମର ଅନ୍ତେବାସୀ ତଥା ଛାତ୍ରଛାତ୍ରୀ । ପିଲାମାନେ ଅନାଥ ହେଲେବି ପାଠପଢ଼ାପ୍ରତି ଜାଗ୍ରତ ଓ ନିଜ ଭବିଷ୍ୟତ ପ୍ରତି ଦାୟିତ୍ୱବାନ ଏଭଳି କିଛି କରିଦେଖାଇଛନ୍ତି । ଆଜିକାଲି ଦୁନିଆରେ ପିଲାଙ୍କୁ ପାଠପଢ଼ାର ସମସ୍ତ ସୁବିଧା ଓ ସ୍ୱତନ୍ତ୍ର ଟିଉସନ କ୍ଳାସ ଯୋଗାଇବା ସତ୍ତ୍ୱେ ପିଲା ପାଠପଢ଼ାରେ ଅବହେଳା କରି ନିଜ କ୍ୟାରିଅର ନିଜହାତରେ ନଷ୍ଟ କରିବା ଅନେକ ନଜିର ରହିଛି । ହେଲେ ବାପାମାଆଙ୍କୁ ହରାଇ ଅନାଥ ଆଶ୍ରମରେ ଅନ୍ତେବାସୀ ହୋଇ ନିଜସ୍ୱ ଚେଷ୍ଟାରେ ପାଠପଢ଼ି ମାଟ୍ରିକରେ ଭଲ ନମ୍ବର ରଖୀ ପ୍ରଥମ ଶ୍ରେଣୀରେ ପାସକରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି । ଅନ୍ତେବାସୀଙ୍କ ସଫଳତାର ଖୁସିରେ ସାମିଲ ହୋଇଛନ୍ତି ଆଶ୍ରମ ପରିଚାଳକ ଓ ଜିଲ୍ଲା ପ୍ରଶାସନ । ଅନାଥ ପିଲାଙ୍କ ପରିଶ୍ରମରେ ସଫଳତାର ଖୁସିରେ ପ୍ରଶାସନ ତରଫରୁ ସାମିଲ ହୋଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସ ଏବଂ ଜଗନ୍ନାଥ ନିକେତନ ଅନାଥ ଆଶ୍ରମର ସଭାପତି ହରିମୋହନ ପଟ୍ଟନାୟକ । ଜିଲାରେ ୫ଟି ଅନାଥ ଆଶ୍ରମ ରହିଛି ଏହି ଆଶ୍ରମ ଗୁଡିକରୁ ଚଳିତ ଥର ୨୦ଜଣ ପିଲା ମାଟ୍ରିକ ପରୀକ୍ଷା ଦେଇଥିଲେ ସେମାନଙ୍କ ମଧ୍ୟରୁ ଗୋଟିଏ ପିଲା ଏ-୧ ଆଉ ୧୨ ଜଣ ବି-୧ ବାକି ସବୁ ପାଖାପାଖି ଭଲ ନମ୍ବର ରଖି ପାସ କରିଛନ୍ତି । ପ୍ରଶାସନ ଏହି ପିଲାଙ୍କ ପାଇଁ ସ୍ୱତନ୍ତ୍ର ଟିଉସନ ବ୍ୟବସ୍ଥା କରିଥିଲେ । ପ୍ରଶାସନର ଅନାଥଙ୍କ ପାଇଁ କରିଥିବା ଏହି ପ୍ରଚେଷ୍ଟାରୁ ସୁଫଳ ମିଳିଥିବା ନେଇ ବେଶ ଖୁସି ଅଛନ୍ତି ଅତିରିକ୍ତ ଜିଲ୍ଲାପାଳ । ବିଭିନ୍ନ ସମୟରେ ଅନାଥ ପିଲାଙ୍କ ମୁହଁରେ ଟିକେ ହସ ପୁଟାଇବା ପାଇଁ ଗଜପତି ପ୍ରଶାସନ ସବୁବେଳେ ଚର୍ଚ୍ଚାରେ ତେବେ ପିଲାଙ୍କ ସଫଳତାରେ ସାମିଲ ହୋଇ ପିଲାଙ୍କୁ ମିଠା ଖୁଆଇ ଆଶୀର୍ବାଦ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାସ ।


