ଜଗନ୍ନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଞ୍ଜୁରୀରୋଡ ଫାଇନାଲରେ
ବାରିକପୁର, (ଓ୍ବାଇଏନ୍ଏସ୍):ଭଣ୍ଡାରିପୋଖରୀ ବ୍ଲକ ସରସଦା ହାଇସ୍କୁଲ ଖେଳ ପଡିଆ ଠାରେ ଜଗନ୍ନାଥ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ ଆଜି ଅନୁୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମେ ମଞ୍ଜୁରୀରୋଡ କ୍ରିକେଟ ଟିମ ବ୍ୟାଟିଂ କରି ୧୮ଓଭରରେ ୧୮୩ରନ ସଂଗ୍ରହ କରିଥିଲା । ଜବାବରେ ପ୍ରତିପକ୍ଷ ଭଣ୍ଡାରିପୋଖରୀ କ୍ରିକେଟ ଟିମ ୧୪.୫ଓଭରରେ ସମସ୍ତ ଉଇକେଟ ହରାଇ ୨୬ରନ ସଂଗ୍ରହ କରି ପରାଜିତ ହୋଇଥିଲା । ମଞ୍ଜୁରୀରୋଡ କ୍ରିକେଟ ଟିମ ପକ୍ଷରୁ ସର୍ବାଧିକ ସୂର୍ଯ୍ୟକାନ୍ତ ଭାରତୀ ୬୧ରନ ସଂଗ୍ରହ କରି ୩ଉଇକେଟ ପାଇଥିବାବେଳେ ତାଙ୍କୁ କ୍ଲବ ପକ୍ଷରୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା । ଅମ୍ପେୟାର ଭାବେ ସମରେନ୍ଦ୍ର ଜେନା ଓ ମନୋଜ ଜେନା ଖେଳ ପରିଚାଳନା କରିଥିଲେ । ଚଳିତବର୍ଷ ଟୁର୍ଣ୍ଣାମେଣ୍ଟକୁ ବନ୍ଧୁ ସ୍ୱେଚ୍ଛାସେବୀ ସଂଗଠନ ଓ ଏମଟି ପାୱାର କ୍ଲବ ଆୟୋଜନ କରିଛନ୍ତି ।