ଜଗନ୍ନାଥ ଜଣାଣ ‘ପ୍ରାୟଶ୍ଚିତ’ ଗୀତଦୃଶ୍ୟର ଲୋକାର୍ପଣ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଅଭୁଲା ସ୍ୱରରେ ଭାବସଙ୍ଗୀତ ‘ପ୍ରାୟଶ୍ଚିତ’ର ଶୀର୍ଷକ ସଙ୍ଗୀତର ଗୀତଦୃଶ୍ୟର ଲୋକାର୍ପଣ ହୋଇଯାଇଛି। ଅାଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅବସରରେ ଫିଲ୍ମ ଜଣ୍ର୍ଣାଲିଷ୍ଟ ନିବେଦିତ ଓ ଡେନିମ୍ ଅଣ୍ଡ ବ୍ଲଜ୍ ପ୍ରସ୍ତତ ଜଗନ୍ନାଥ ଜଣାଣ ‘ପ୍ରାୟଶ୍ଚତି’ରେ ଥବିା ‘ମୁଁ
ମରିଗଲେ ଦୁନିଅ କହିବ ପାପୀଟିଏ ମରିଗଲା’ର ଗୀତଦୃଶ୍ୟ ମୁକ୍ତିଲାଭ କରିଛି। ଗୀତିକାର ସତ୍ୟ ପାଣିଗ୍ରାହୀଙ୍କ ରଚିତ ଏଇ ଜଣାଣର ସ୍ୱର ସଂଯୋଜନା କରିଛନ୍ତି ଯଜ୍ଞ ଏବଂ କଣ୍ଠଦାନ କରିଛନ୍ତି ଶିବ ରଥ। ଏହାର ଗୀତଦୃଶ୍ୟର ନୃତ୍ୟ ନିଦେ୍ର୍ଦଶନା ଦେଇଛନ୍ତି ପ୍ରିୟାଂଶୁ ପ୍ରିୟଦେବ ଏବଂ
ଚିତେ୍ରାତେ୍ତାଳନ ଓ ସମ୍ପାଦନା କରିଛନ୍ତି ଅଶୋକ ସାହୁ। ପ୍ରିୟାଂଶୁ, ରାନୀ ଏବଂ ଡେନିମ୍ ଅଣ୍ଡ ବ୍ଲଜ୍ ନୃତ୍ୟାନୁଷ୍ଠାନର କଳାକାରମାନେଏଥେିର ଅଭିନୟ କରିଛନ୍ତି। ଅାଜି ସନ୍ଧ୍ୟାରେ ୟୁନିଟ୍-୩ ସ୍ଥିତ ଡେନିମ୍ ଅାଣ୍ଡ ବ୍ଲଜ୍ ଡ୍ୟାନ୍ସ ସେଣ୍ଟର ପରିସରରେ ଯୁବ ସମାଜସେବୀ ବିଶ୍ୱରଂଜନ ମହାନ୍ତି, ସାମ୍ବାଦିକ ଗଣେଷ ନାୟକ, ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ, ସଙ୍ଗୀତ ନିଦେ୍ର୍ଦଶକ ଯଜ୍ଞ, କୋରିଓଗ୍ରାର୍ଫ ପ୍ରିୟାଂଶୁ ପ୍ରିୟଦେବ, ଚିତେ୍ରାତେ୍ତାଳକ ଅଶୋକ ସାହୁ, ଅଭିନେତ୍ରୀ ରାନୀ ଏବଂ ନୃତ୍ୟଶିଳ୍ପୀ ବିକ୍ରମ ପ୍ରମୁଖ ଉପସ୍ଥିତ ଥିଲେ। ଗୀତଦୃଶ୍ୟଟି ଦୃଶ୍ୟାୟନ ବେଳେ ଉପସ୍ଥିତ ଅତିଥି ଓ କଳାକାରମାନେ ଭକ୍ତିଭାବରେ ବିଭୋର ହୋଇଥିଲେ।