ଜଗନ୍ନାଥ ପ୍ରସାଦ ରେ ଥର୍ମାଲ ଟେଷ୍ଟି ଆରମ୍ଭ

ଭଞ୍ଜନଗର/ଜଗନ୍ନାଥ ପ୍ରସାଦ, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ରେ କୋରନା ରୋଗ ର ପ୍ରାଥମିକ ପରୀକ୍ଷା ନିରୀକ୍ଷଣ ପାଇଁ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ ଅନୁଯାଇ ଘର ଘର ବୁଲି ଥର୍ମାଲ ଟେଷ୍ଟି ଆରମ୍ଭ ହୋଇଛି।ଗଞ୍ଜାମ ଜିଲ୍ଲା କୁ ଦୁଇ ଲକ୍ଷ ରୁ ପ୍ରବାସୀ ଓଡ଼ିଆ ଆସିଥିବା ବେଳେ,ଆଗାମୀ ଦିନରେ ଆହୁରି ଅଧିକ ପ୍ରବାସୀ ଓଡ଼ିଆ ଆସିବା , ଏହି ମାସଟି ବହୁ ଗୁରୁତ୍ୱପୂର୍ଣ୍ଣ ଥିବା ଯୋଗୁଁ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିତାନ୍ତ ଜରୁରୀ ହୋଇଛି।ଜଗନ୍ନାଥ ପ୍ରସାଦ ର ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ମହାନ୍ତି, ଆଶା କର୍ମୀ ପୁଷ୍ପାଞ୍ଜଳି ସେଠୀ, ଅଙ୍ଗନବାଡି ସହାୟିକା ପଙ୍କଜ ମାଝୀ, ଘର କୁ ଘର ବୁଲି ସଚେତନତା ର ବାର୍ତା ,ଯଥା,, ସଂଗରୋଧ କେନ୍ଦ୍ର ରୁ ଫେରିଥିବା ପ୍ରବାସୀ ଓଡ଼ିଆ ଗୃହ ରୋଧ ରେ ରହିବା, ସମସ୍ତେ ମାକ୍ସ ପିନ୍ଧିବେ, ହାତକୁ ବାରମ୍ବାର ସାବୁନ ରେ ଧୋଇବା,ସାମାଜିକ ଦୂରତା ରଖିବା, ଆବଶ୍ୟକ ନ ଥିଲେ ପଦାକୁ ନ ବହାରିବା, କହିବା ସହ ମେସିନ ମାଧ୍ୟମରେ ଥର୍ମାଲ ଟେଷ୍ଟି କରୁଛନ୍ତି।ଆଜି ଦିନରେ ୫୦୦ ରୁ ଉର୍ଦ୍ଧ ବୃଦ୍ଧା, ଯୁବକ, ଶିଶୁ ,ମହିଳା ମାନଙ୍କ ଥର୍ମାଲ ଟେଷ୍ଟି କରିଥିବା, ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ ଥିବା,ଓ ଆଗାମୀ ଦିନରେ ଜଗନାଥ ପ୍ରସାଦ ବ୍ଲକ ଅଂଚଳର ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ ବୋଲି ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ