ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ୟୁନିୟନ ର ଷଷ୍ଠ ମାସିକ ବୈଠକ

ଜଗନ୍ନାଥ ପ୍ରସାଦ,(ସନ୍ତୋଷ କୁମାର ଜେନା): ୱେବ ମିଡ଼ିଆ ୟୁନିୟନର ଷଷ୍ଠ ମାସିକ ବୈଠକ ଜଗନ୍ନାଥ ପ୍ରସାଦ ର ଶ୍ରୀ ଶ୍ରୀ ଜଳେଶ୍ୱର ମହାଦେବ ପୀଠରେ ସଭାପତି ନିରାକାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଡିଜିଟାଲ ମିଡ଼ିଆ ଆସୋସିଏସନର ସଭାପତି ଲକ୍ଷ୍ମଣ କୁମାର ସାମନ୍ତରାୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ,ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ବେହେରା ଓ ମିଡ଼ିଆ ଉପଦେଷ୍ଟା ପ୍ରକାଶ ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ସାମ୍ବାଦିକ ମାନଙ୍କ ସୁରକ୍ଷା, ବିମାଭୁକ୍ତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଖବର ପ୍ରକାସନକୁ କେନ୍ଦ୍ର କରି ବିଭିନ୍ନ ସମୟରେ ସାମ୍ବାଦିକ ମାନଙ୍କ ବିରୋଧରେ ଆସୁଥିବା ମିଥ୍ୟା ଏତେଲା କୁ ଡିଜିଟାଲ ମିଡ଼ିଆ ଆସୋସିଏସନ ବରଦାସ୍ତ କରିବ ନାହିଁ, ଆବଶ୍ୟକ ପଡ଼ିଲେ ଆନ୍ଦୋଳନ କରିବ ବୋଲି ଅତିଥିମାନେ ମତ ରଖିଥିଲେ । ସାମ୍ବାଦିକ ଦୁର୍ଗା ପ୍ରସାଦ ରଥ,ପବିତ୍ର କୁମାର ମହାପାତ୍ର, ବଂଶୀଧର ପଟ୍ଟନାୟକ, ମନୋଜ କୁମାର ଗୌଡ଼,ସୂର୍ଯ୍ୟ ନାରାୟଣ ପଣ୍ଡା,ପଞ୍ଚାନନ ପାତ୍ର, କାଳୁ ଚରଣ ମହାପାତ୍ର, ଜଗନ୍ନାଥ ପ୍ରଧାନ,ଜୀବନାନନ୍ଦ କର,ବିଜୟ ଗୌଡ଼,ସନ୍ତୋଷ ଜେନା,ନିଲୁ ବିଶୋଇ,ସମତେ ବହୁ ସାମ୍ବାଦିକ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ