ଜଗନ୍ନାଥ ବଜାର ବଣିକ ସଂଘ ପକ୍ଷରୁ ଲକ୍ଷ୍ମୀପୂଜା
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ମାଳଦା ଜଗନ୍ନାଥ ବଜାର ବଣିକ ସଂଘ ପକ୍ଷରୁ ଚଳିତବର୍ଷ ନିରାଡମ୍ବର ଭାବେ ମାଗଜଲକ୍ଷ୍ମୀଙ୍କ ପୂଜାଉତ୍ସବ ପାଳିତ ହେଉଛି । କରୋନା କଟକଣା ଅନୁଯାୟୀ ବଜାର କମିଟି ପକ୍ଷରୁ ପୂଜା ଆୟୋଜନ ହୋଇଥିବାବେଳେ ସଂକଳ୍ପ କର୍ତ୍ତା ଭାବେ ଅନିଲ କୁମାର ଶତପଥି ଓ ସୁଦିପ୍ତା ଶତପଥି ଦାୟିତ୍ୱ ତୁଲାଇଛନ୍ତି । ପୂଜକ ନନ୍ଦକିଶୋର ତ୍ରିପାଠୀଙ୍କ ବୈଦିକ ମନ୍ତ୍ରରେ ମାଆଙ୍କୁ ଆବାହନ କରାଯାଇଥିବାବେଳେ ମୃଣ୍ମୟୀ ମୂର୍ତ୍ତୀକୁ ପାଟବସ୍ତ୍ର ଓ ପୁଷ୍ପରେ ସଜ୍ଜାଯାଇ ପୂଜାର୍ଚ୍ଚନା କରାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଦର୍ଶନ ବ୍ୟବସ୍ଥା ମଧ୍ୟ କରାଯାଇଛି । ପୂଜା ଉତ୍ସବକୁ ବଜାର କମିଟି ସଭାପତି କମଳାକାନ୍ତ ସାମଲ, ସମ୍ପାଦକ ରାଜେନ୍ଦ୍ର ଶତପଥିଙ୍କ ସମେତ ଶ୍ୟାମସୁନ୍ଦର ଦାସ, ହୃଦାନନ୍ଦ ଦାସ, ନିଶିକାନ୍ତ ସୂତାର, କାଶିନାଥ ପରିଡା, ବିରେନ୍ଦ୍ର ନାୟକ, ଦୁର୍ଯ୍ୟୋଧନ ଦାସ, ଚନ୍ଦ୍ରଶେଖର ଦତ୍ତ, ନିରଞ୍ଜନ ବେହୁରିଆ, ଦେବାଶିଷ ପଣ୍ଡା, ସୁଶାନ୍ତ ପତି ପ୍ରମୁଖ ପରିଚାଳନା କରୁଛନ୍ତି । ଅନୁରୂପ ଭାବେ ଛଞ୍ଚିଣା, ଭଣ୍ଡାରିପୋଖରୀ ବଜାର ଠାରେ ମଧ୍ୟ କୋଭିଡ ଗାଇଡଲାଇନ ଅନୁଯାୟୀ ପୂଜା ଅନୁଷ୍ଠିତ ହେଉଥିବା ଜଣାଯାଇଛି ।


