ଜଗନ୍ନାଥ ମନ୍ଦିରରେ ଆଧାତ୍ମିକ କାର୍ଯ୍ୟକ୍ରମ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ବ୍ରହ୍ମପୁର ସ୍ଥିତ ବିଜିପୁର ନିକଟ ଜଗନ୍ନାଥ ମନ୍ଦିରରେ ପବିତ୍ର କାର୍ତ୍ତିକ ମାସ ଅବସରରେ ମଙ୍ଗଳବାର ୧୦୮ ତୁଳସୀ ଅର୍ପଣ ,ବିଷ୍ଣୁ ସହସ୍ର ନାମ ପାଠ ପରେ ଭକ୍ତ ମାନଙ୍କ ଦ୍ୱାରା ହନୁମାନ ଚାଳିଶା ପାଠ ମହାମନ୍ତ୍ର କିର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହଦେବ ପାତ୍ର,ପ୍ରମୋଦ ଦାସ, ବସନ୍ତ କୁମାର ମୁନି,ଜ ଜଗନ୍ନାଥ ଚୈାଧୁରୀ,ମାଧବ ଜେନା,ନରସିଙ୍ଗମୁନି,ରଙ୍କନିଧି ସାହୁ,ଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ ।ଶେଷରେ ଠାକୁରଙ୍କ ପାହୁଡରେ ଶ୍ରୀ ଭରତ ଜେନା,ଓ ରମେଶ ପଣ୍ଡା, ଶେଷରେ ଗୀତ ଗୋବିନ୍ଦ ପାଠ କରିଥିଲେ ।


