ଜଗନ୍ନାଥ ମନ୍ଦିରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ
ବ୍ରହ୍ନପୁର,(ଯୁଗାବ୍ଦନ୍ୟୁଜ)- ବିଜିପୁର ଜଗନ୍ନାଧ ମନ୍ଦିରରେ ଶନିବାର ସଂଧ୍ୟାରେ ୧୦୮ ତୁଳସୀ ଅର୍ପଣ ୧୦୮ ଆଳତି ଓ ଭାଗବତ ପାଠପରେ ମାରୁତି ସତସଙ୍କ ଭକ୍ତ ମାନଙ୍କ ଦ୍ୱାରା ଭଜନ କୀର୍ତ୍ତନ ଏବଂ ବକ୍ତା ଅର୍ନ୍ତଜାମି ତ୍ରିପାଠୀ ଜଗନ୍ନାଥ ତତ୍ତ୍ୱ ଉପରେ ପ୍ରବଚନ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ମନ୍ଦିର କମିଟି ସଦସ୍ୟ ପ୍ରମୋଦ ଦାସ,ସହଦେବ ପାତ୍ର,ଉମାଶଙ୍କର ଦାସ,ରାମ ଚନ୍ଦ୍ର ଚୌଧୁରୀ,ନରସଂହ ମୁନି ଙ୍କ ସମେତ ବହୁ ଭକ୍ତ ଯୋଗଦେଇଥିଲେ ।