ଜଗନ୍ନାଥ ମନ୍ଦିରରେ ନନ୍ଦ ଉତ୍ସବ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ବଜାରସ୍ଥିତ ପତିତପାବନ ଜଗନ୍ନାଥ ମନ୍ଦିରରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି । ସକାଳ ଆଳତୀ ପରେ ସନ୍ଧ୍ୟାରେ କୃଷ୍ଣଙ୍କର ଜନ୍ମ ଉତ୍ସବ ପାଳିତ ହେବା ସହ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ହୋଇଥିଲା । ପୂଜକ ରାମ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ କର୍ତ୍ତା ଭାବରେ ଜଗନ୍ନାଥ ପତି, ପଦ୍ମଲୋଚନ ପତିଙ୍କ ତତ୍ତ୍ୱାବଧାନରେ ପୂଜା ହୋଇଥିଲା । ଏହି ଅବସରରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । ଏଥିରେ ରଘୁନାଥ ଦାସ, ପ୍ରଶାନ୍ତ ନାୟକ, ଅନିଲ ସେଠୀ, ନାରାୟଣ ସେଠୀଙ୍କ ସମେତ ଗାୟକ ସୁଶାନ୍ତ ରାଉତ, ବିଜୟ ମହାପାତ୍ର, ଭରତ ପାଣିଗ୍ରାହୀ, ଶରତ ଜେନା, ଗଣେଶ ଦାସ, ନରେନ୍ଦ୍ର ଜେନା, ଲକ୍ଷ୍ମୀଧର ବାରିକ, ଚଗୁଲୁ ଜେନା, ମନୋଜ ରଣା, କାହ୍ନୁ ଜେନା ଅଂଶ କରିଥିଲେ ।


