ଜଗନ୍ନାଥ ମନ୍ଦିରରେ ନୂତନ ନୀଳଚକ୍ର ସ୍ଥାପିତ ଡେଲାଙ୍ଗ
ବାଲିଗାଁ (ଯୁଗାବ୍ଦ ନ୍ୟୁଜ୍) : ଫାନି ପ୍ରକୋପରେ ଭକ୍ତ ଦାସିଆ ସ୍ମୃତିପୀଠ ଠାରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରର ନୀଳଚକ୍ର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ନଷ୍ଟ ହୋଇଥିଲା । ଭକ୍ତ ଦାସିଆ ସ୍ମୃତି କମିଟି ପକ୍ଷରୁ ଭାଙ୍ଗି ଯାଇଥିବା ନୀଳଚକ୍ରଟି ମନ୍ଦିରରେ ଲାଗିବା ନିମନ୍ତେ ବହୁତ ଉଦ୍ୟମ କରାଯାଇଥିଲା । ଏମ୍ସର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ ଦେବ ନାରାୟଣ ପାଲ ଏବଂ ସମାଜସେବିକା ମନୋରମା ଦେବୀଙ୍କ ଅନୁଦାନରେ ଏହି ଜଗନ୍ନାଥ ମନ୍ଦିର ନୀଳଚକ୍ରଟି ପୁନର୍ବାର ନୂତନ ଭାବେ ମନ୍ଦିରରେ ପ୍ରତିଷ୍ଠା ହୋଇ ଲାଗିପାରିଛି । ଏହି ନୀଳଚକ୍ରଟି ଲାଗିବା ପାଇଁ ପୁରୀ ମୁକ୍ତି ମଣ୍ଡପର ବରିଷ୍ଠ ସଦସ୍ୟ ସୂର୍ୟ୍ୟ ନାରାୟଣ ରଥଶର୍ମା ଓ ଡଃ ଭାସ୍କର ଚନ୍ଦ୍ର ମିଶ୍ରଙ୍କ ପରାମର୍ଶରେ ବିଗ୍ରହ ପ୍ରତିଷ୍ଠା ପାଇଁ ଏକ ଦିବସ ଧାର୍ୟ୍ୟ କରାଯାଇଥିଲା । ନୀଳଚକ୍ରଟି ମନ୍ଦିରରେ ପ୍ରତିଷ୍ଠା ପୂର୍ବକ ନୀତି ନିୟମରେ ପୂଜାର୍ଚ୍ଚନା କରାଯାଇଥିଲା । ମୁଖ୍ୟ ପଣ୍ଡିତ ଲକ୍ଷ୍ମୀଧର ପାଢୀ, ବେଦାଚାର୍ୟ୍ୟ ପଣ୍ଡିତ ସତ୍ୟଜିତ ପାଢୀ, ସହଆଚାର୍ୟ୍ୟ ମାନସରାମ ମିଶ୍ର, ପଣ୍ଡିତ ନାରାୟଣ ରଥଙ୍କ ଦ୍ୱାରା ଏହି ନୂତନ ନୀଳଚକ୍ରଟି ସ୍ଥାପନ କରାଯାଇଛି । ଭକ୍ତ ଦାସିଆ ସ୍ମୁତି କମିଟି ସମ୍ପାଦକ ଘନଶ୍ୟାମ ସ୍ୱାଇଁ ଓ ବରିଷ୍ଠ ସଦସ୍ୟ ଅଜ୍ଜୁନ ଚରଣ ସାମଲ, ହୃଷିକେଶ ଜେନା, କୃଷ୍ଣଚନ୍ଦ୍ର ଲେଙ୍କା, ପ୍ରଦୀପ୍ତ କୁମାର ପତି, ନରେନ୍ଦ୍ରନାଥ ସାହୁ ପ୍ରମୁଖ ନୁତନ ବିଗ୍ରହ ସ୍ଥାପନରେ ପୁର୍ଣ୍ଣ ସହଯୋଗ କରିଥିଲେ ।


